ମହାକାଳପଡା: ମାଛ ଧରିବାକୁ ଯାଇ ପୁଅ ନିଖୋଜ ହୋଇଥିବା ବେଳେ ବାପାର ଶବ ଉଦ୍ଧାର କରାଯାଇଛି । ଡଙ୍ଗା ଭିତରୁ ସନ୍ଦେହଜନକ ଭାବେ ବାପାର ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ବରୁଣେଇ ନଦୀକୁ ମାଛ ଧରିବାକୁ ଯାଇଥିଲେ ବାପା ପୁଅ । ତନ୍ତିଆପାଳ ଶାସନପେଟା ଗାଁର ବାପା ପୁଅ ମାଛ ଧରିବାକୁ ଯାଇଥିଲେ । ଆଜି ମୃତଦେହ ଉଦ୍ଧାର କଲେ ସାମୁଦ୍ରିକ ଥାନା ପୋଲିସ ଓ ବନ କର୍ମଚାରୀ । ତେବେ ନିଖୋଜ ପୁଅକୁ ଖୋଜାଖୋଜି କରିବା ସହ ବାପାର କିପରି ମୃତ୍ୟୁ ହେଲା ସେନେଇ ତଦନ୍ତ କରୁଛି ପୋଲିସ ।










