21.1 C
Bhubaneswar
Sunday, December 21, 2025
Homeଅପରାଧବାପାକୁ ହତ୍ୟା କଲା ପୁଅ

ବାପାକୁ ହତ୍ୟା କଲା ପୁଅ

ଭୁବନେଶ୍ଵର: ପାରିବାରିକ କଳହର କରୁଣ ପରିଣତି। ବାପାକୁ ହତ୍ୟା କଲା ପୁଅ। ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ତିହୁରୀ ଗାଁରେ ବିଭତ୍ସ ହତ୍ୟାକାଣ୍ଡ। ନାବାଳକ ପୁଅର ରଡ୍ ମାଡ଼ରେ ଛାଡ଼ିଗଲା ବାପାର ଜୀବନ। ଗୁରୁବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନାନୁଯାୟୀ, ବାଲିପାଟଣା ଥାନା ତିହୁରୀ ଗାଁର ଗଜରାଜ ଭୋଇ ଗୁରୁବାର ରାତି ପ୍ରାୟ ୮ଟା ବେଳେ ମଦ ପିଇ ଘରେ ଗଣ୍ଡଗୋଳ କରିଥିଲେ। ପରେ ବାପ-ପୁଅଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ନାବାଳକ ପୁଅ ଉତ୍ତ୍ୟକ୍ତ ହୋଇ ଏକ ରଡରେ ଗଜରାଜଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଗଜରାଜଙ୍କ ମୁଣ୍ଡ ଫାଟି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଅଡ଼ଶପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନାବାଳକ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking