24.1 C
Bhubaneswar
Monday, April 6, 2026
Homeଅପରାଧବାପା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ନୃଶଂସ ପୁଅ

ବାପା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ନୃଶଂସ ପୁଅ

ବଲାଙ୍ଗିର: ନୃଶଂସ ପୁଅ। ଜମିବାଡ଼ି ପାଇଁ ନିଜ ବାପା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦୋର୍ଲୋ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋପୀନାଥ ଭରାସାଗର। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପୁଅ ମୋହନ ଭରାସାଗର ଫେରାର ହୋଇଯାଇଛି।

ଜମିବାଡ଼ି ବିବାଦକୁ ନେଇ ଗୋପୀନାଥ ଓ ତାଙ୍କ ପୁଅ ମଧ୍ୟରେ ବଚସା ହୋଇଥିଲା। ପରେ ମୋହନ ଉତ୍‌କ୍ଷିପ୍ତ ହୋଇ ଘରେ ଥିବା ପେଟ୍ରୋଲ ଆଣି ବାପାଙ୍କ ଉପରେ ଢାଳି ଦେଇଥିଲା। ପରେ ନିଆଁ ଲଗାଇ ଦେଇଥିଲା।ପରେ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଗ୍ରାମବାସୀ ଘଟଣାସଂପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking