24.1 C
Bhubaneswar
Monday, March 23, 2026
Homeଅପରାଧଶ୍ୱଶୁର ଘରେ ଜ୍ୱାଇଁଙ୍କ ନାରକୀୟ କାଣ୍ଡ; ରାଗି ଯାଇ କାଟିଲା ସ୍ତ୍ରୀର ତଣ୍ଟି

ଶ୍ୱଶୁର ଘରେ ଜ୍ୱାଇଁଙ୍କ ନାରକୀୟ କାଣ୍ଡ; ରାଗି ଯାଇ କାଟିଲା ସ୍ତ୍ରୀର ତଣ୍ଟି

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଏଠାରେ ଜଣେ ଉତ୍ତେଜିତ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଗଳା କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୀଡିତ ହେଲେ ପ୍ରଭାତୀ ନାଏକ। ତାଙ୍କର ଅଭିଯୁକ୍ତ ସ୍ବାମୀଙ୍କର ନାମ ବିରଞ୍ଚି ନାଏକ। ସୂଚନା ଅନୁସାରେ କପ୍ତିପଦା ଥାନା ଅନ୍ତର୍ଗତ କଷିବିଲ ଗ୍ରାମର ମଙ୍ଗୁଳୁ ନାଏକଙ୍କ ପୁଅ ବିରଞ୍ଚି କିଛି ବର୍ଷ ହେବ ଶ୍ରୁତିସାହିର ପ୍ରଭାତୀ ନାଏକ (୨୨)ଙ୍କୁ ବିବାହ କରିଥିଲା। ବିବାହର କିଛି ଦିନ ବୈବାହିକ ଜୀବନ ସୁରୁଖୁରୁରେ ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ସଂପର୍କରେ ଫାଟ ଦେଖାଯାଇଥିଲା। ବିଭିନ୍ନ କଥାକୁ ନେଇ ପରିବାରରେ କଳିଝଗଡ଼ା ଲାଗି ରହୁଥିଲା। ସେଥି ପାଇଁ ୨ ମାସ ହେବ ପ୍ରଭାତୀ ନିଜ ବାପଘରେ ଆସି ରହୁଥିଲେ। ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଘଟିଛି। ଏଠାରେ ଜଣେ ଉତ୍ତେଜିତ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଗଳା କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୀଡିତ ହେଲେ ପ୍ରଭାତୀ ନାଏକ। ତାଙ୍କର ଅଭିଯୁକ୍ତ ସ୍ବାମୀଙ୍କର ନାମ ବିରଞ୍ଚି ନାଏକ। ତେବେ ଅଭିଯୁକ୍ତ ବିରଞ୍ଚି ଆଜି ଅପରାହ୍‌ଣରେ ଶ୍ବଶୁର ଘରେ ଅଚାନକ ପହଞ୍ଚି ଥିଲା। ପ୍ରଭାତୀଙ୍କୁ ମାରପିଟ କରିଥିଲା। ପୂର୍ବ ଯୋଜନା ଅନୁସାରେ ପ୍ରଭାତୀଙ୍କ ଗଳା କାଟିଥିଲା। ପ୍ରାଣାନ୍ତକ ଆକ୍ରମଣରେ ପ୍ରଭାତୀ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ି ଯାଇଥିଲେ। ବାପଘର ଲୋକେ ପ୍ରଭାତୀଙ୍କୁ କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରାଣାନ୍ତକ ଆକ୍ରମଣରେ ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ଅଛି। ଏହି ଅଘଟଣ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking