24.1 C
Bhubaneswar
Tuesday, February 10, 2026
Homeଓଡିଶାଶ୍ୱଶୁରଙ୍କ ଆକ୍ରମଣରେ ଜ୍ୱାଇଁ ଗୁରୁତର

ଶ୍ୱଶୁରଙ୍କ ଆକ୍ରମଣରେ ଜ୍ୱାଇଁ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶ୍ୱଶୁରଙ୍କ ଆକ୍ରମଣରେ ଜ୍ୱାଇଁ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଁ ଗାଁ ବ୍ଲକ ଶିବତଲା ଗାଁରେ। ସୂଚନା ଅନୁସାରେ, ଆଠଗାଁର ସମୀର କୁଅଁରଙ୍କ ସ୍ତ୍ରୀ ବାପଘର ଶିିବତଲା ଗାଁରେ ରହୁଥିବାବେଳେ ସ୍ତ୍ରୀକୁ ଆଣିବାକୁ ଗାଁକୁ ଯାଇଥିଲେ। ପୂର୍ବରୁ ପାରିବାରିକ କଳହ ଯୋଗୁ ସ୍ତ୍ରୀ ନିଜ ବାପଘରେ ଆସି ରହୁଥିଲେ। ଆଜି ଜ୍ୱାଇଁ ସମୀର ସ୍ତ୍ରୀଙ୍କୁ ଆଣିବାକୁ ଶ୍ୱଶୁର ଘରକୁ ଯାଇଥିଲେ। ସେଠାରେ ସ୍ବାମୀ-ସ୍ତ୍ରୀ ଭିତରେ ଝଗଡ଼ା ହୋଇଥିଲା। ଶ୍ୱଶୁରଙ୍କ ସମ୍ମୁଖରେ ସ୍ତ୍ରୀଙ୍କୁ ଜ୍ୱାଇଁ ସମୀର ମାଡ଼ ମାରିଥିଲେ।

ଝିଅକୁ ମାଡ଼ ମାରିଥିବା ଦେଖି ବାପା ଜ୍ୱାଇଁକୁ ପାନେ ଦେବା ପାଇଁ, ହରଗୌରୀ ମନ୍ଦିର ନିକଟ ରାସ୍ତାରେ ଛକି ବସିଥିଲେ। ଜ୍ୱାଇଁ ବାଇକରେ ଆସୁଥିବା ସମୟରେ ହଠାତ ଜ୍ୱାଇଁକୁ ଆକ୍ରମଣ କରିଥିଲେ ଶ୍ୱଶୁର ସନ୍ତୋଷ ନାଏକ। ସାଙ୍ଗରେ ଆଉ ଦୁଇଜଣ ବ୍ୟକ୍ତି ଥିବା ମଧ୍ୟ ଅଭିଯୋଗ କରିଛନ୍ତି ଜ୍ବାଇଁ। ଗୁରୁତର ଅବସ୍ଥାରେ ଜ୍ୱାଇଁଙ୍କୁ ଉଦ୍ଧାର କରି ପରିବାର ଲୋକେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଦେଓଗାଁ ପୋଲିସ ଶ୍ୱଶୁରଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ଥାନାଧିକାରୀ ବୁଲୁ ମୁଣ୍ଡା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking