28.1 C
Bhubaneswar
Sunday, July 13, 2025
Homeଦେଶ ବିଦେଶଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା

ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା

ଛତିଶଗଡ଼ : ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା । ଭଟଲି ଥାନା ତରାଜୁଙ୍ଗା ଗାଁରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଭଟଲି ପୋଲିସ ଏହି ଘଟଣାରେ ପତ୍ନୀ ସମେତ ଶାଶୁ, ଶ୍ୱଶୁରକୁ ଗିରଫ କରି କୋର୍ଟ ଚାଲାଣ କରି ମାମଲାର ତଦନ୍ତ ଜାରି ରଖିଛି । ଛତିଶଗଡ଼ ରାଜ୍ୟର ଉସରତ୍ ଗାଁର ଭାନୁ ଚୌହାନ ଭଟଲି ତରାଜୁଙ୍ଗା ଗାଁର ଗଜାନନ କଳିୟାରୀଙ୍କ ଝିଅ ସୁନିତାଙ୍କୁ ବିବାହ କରିଥିଲେ । ସୁନିତା ବର୍ଷେ ହେବ ନିଜ ମାଆବାପାଙ୍କ ସହ ରହୁଥିବା ବେଳେ ଗତ 25 ତାରିଖ ସ୍ୱାମୀ ଭାନୁ ନେବାକୁ ତାଙ୍କୁ ନେବାକୁ ଆସିଥିଲେ l ଯାହାକୁ ନେଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଏହାପରେ ପତ୍ନୀଙ୍କ ସହ ଶାଶୁ ଶ୍ୱଶୁର ମିଶି ଭାନୁଙ୍କୁ ବାଡି ସାହାଯ୍ୟରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଶାଶୁ ଶ୍ୱଶୁର ଓ ପତ୍ନୀ ସୁନିତା ଭାନୁଙ୍କୁ ମାଡ଼ ମାରିବା ସହ ଘରେ ବନ୍ଦ କରି ଦେଇଥିଲେ । ଗୁରୁବାର ଘଟିଥିଲା ଏହି ଘଟଣା l ପୋଲିସ ଗ୍ରାମବାସୀଙ୍କ ସହାୟତାରେ ସୂଚନା ପାଇବା ପରେ ବନ୍ଦ ଘରୁ ଭାନୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ପରେ ବୁର୍ଲା ବଡ଼ ମେଡ଼ିକାଲକୁ ପଠାଇଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭାନୁଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଘଟଣାର ତଦନ୍ତ କରି ପତ୍ନୀ ସମେତ ଶାଶୁ, ଶ୍ୱଶୁରକୁ ଗିରଫ କରି କୋର୍ଟ ଚାଲାଣ କରିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking