26.1 C
Bhubaneswar
Monday, June 16, 2025
Homeଓଡିଶାବାପାର ଛୁରା ମାଡରେ ପୁଅର ମୃତ୍ୟୁ

ବାପାର ଛୁରା ମାଡରେ ପୁଅର ମୃତ୍ୟୁ

ମୟୂରଭଞ୍ଜ: ବାପାର ଛୁରା ମାଡରେ ନାବାଳକ ପୁଅର ମୃତ୍ୟୁ । ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲାରେ ଘଟିଛି । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ନେଦାମ ଗାଁର ଯୋଗେନ୍ଦ୍ର ସିଂ ତାଙ୍କ ପରିବାରକୁ ନେଇ ୬ ବର୍ଷ ହେଲା ଖଇରା ଥାନା ନରମା ଗାଁରେ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରି ତାଙ୍କ ସ୍ତ୍ରୀ ମୁନି ସିଂଙ୍କୁ କୌଣସି କାରଣରୁ ମାଡ଼ ମାରିଥିଲେ । ମା’କୁ ବଞ୍ଚାଇବାକୁ ଯାଇ ବଡ଼ପୁଅ ରାଜେଶ ସିଂ ପ୍ରତିବାଦ କରିଥିଲେ । ଏଥିରେ ଯୋଗେନ୍ଦ୍ର ରାଗିଯାଇ ଏକ ଛୁରୀରେ ପୁଅ ରାଜେଶର ଛାତିକୁ ଆକ୍ରମଣ କରିଥିଲେ । ପରିବାର ଲୋକେ ରାଜେଶକୁ ଉଦ୍ଧାର କରି ପ୍ରଥମେ ଔପଦା ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତରଙ୍କ ଅନୁପସ୍ଥିତି ଥିବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ହତ୍ୟାକାରୀ ବାପା ଯୋଗେନ୍ଦ୍ର ଫେରାର ଥିବା ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking