34.1 C
Bhubaneswar
Thursday, March 26, 2026
Homeଓଡିଶାବୃଦ୍ଧ ବାପାଙ୍କୁ ପିଟିପିଟି ହତ୍ୟା କଲା ପୁଅ

ବୃଦ୍ଧ ବାପାଙ୍କୁ ପିଟିପିଟି ହତ୍ୟା କଲା ପୁଅ

ବାରିପଦା: ଟଙ୍କା ପାଇଁ ନିଜ ବାପାଙ୍କୁ ହତ୍ୟା କଲା ପୁଅ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜଜିଲ୍ଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ।ସୂଚନା ଅନୁଯାୟୀ, ଉକ୍ତ ଫାଣ୍ଡି ଅଧୀନ ହଳଦୀପାଳ ପଞ୍ଚାୟତର ଲଦଡ଼ିହି ଗ୍ରାମର ଗୋବିନ୍ଦ ମାର୍ଣ୍ଡି(୮୦)ଙ୍କ ଠାରୁ ତାଙ୍କ ପୁଅ ମଧୁ ମାର୍ଣ୍ଡି(୩୬) ପ୍ରତିଦିନ ଟଙ୍କା ନିଅନ୍ତି। ତେବେ ଗତକାଲି ବୁଧବାର ରାତି ୯ଟା ସମୟରେ ଗୋବିନ୍ଦ ଶୋଇଥିବା ସମୟରେ ପୁଅ ମଧୁ ତାଙ୍କୁ ସଜନା ଛୁଇଁ ବିକ୍ରି କରିଥିବା ବାବଦରେ ୪୦୦ଟଙ୍କା ମାଗିଥିଲା। ଗୋବିନ୍ଦ ମନା କରିବାରୁ ନିଶାସକ୍ତ ପୁଅ ମଧୁ ଗୋବିନ୍ଦଙ୍କୁ ଏକ ବାଉଁଶ ବାଡ଼ିରେ ପିଟିପିଟି ହତ୍ୟା କରିଥିଲା। ଆଜି ପୂର୍ବାହ୍ନ ୧୦ଟା ସମୟରେ ଖବର ପାଇ ଚିତ୍ରଡା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ମଧୁଙ୍କୁ ଅଟକ ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking