ନୂଆଦିଲ୍ଲୀ : ନିର୍ବାଚନ ହାରିଲେ ସୋମନାଥ ଭାରତୀ । ମାଲବ୍ୟ ନଗର ଆସନରୁ ହାରିଲେ ସୋମନାଥ ଭାରତୀ । ତେବେ ଟ୍ରେଣ୍ଡ ଅନୁସାରେ ବିଜେପିକୁ ବହୁମତ ମିଳିଛି । ଦିଲ୍ଲୀର ୭୦ ଆସନରୁ ୪୭ ଆସନ ଆଗରେ ରହିଛି ବିଜେପି । ଆପ ରହିଛି ୨୩ ସିଟରେ ଆଗୁଆ , ସେହିପରି କଂଗ୍ରେସ ଶୂନ ସିଟ ପାଇଛି । ମାଲବ୍ୟ ନଗରରୁ ବଡ ଖବର ସମନାକୁ ଆସିଛି । ପ୍ରଥମ ଥର ପାଇଁ ସୋମନାଥ ଭାରତୀ ପଛୁଆ ଅଛନ୍ତି । ଆଗରେ ବିଜେପି ପାର୍ଥୀ ସତୀଶ ଉପାଧ୍ୟାୟ ।