17.1 C
Bhubaneswar
Tuesday, February 10, 2026
Homeଓଡିଶାମିଶନ ଶକ୍ତି ଇସି ସଦସ୍ୟଙ୍କ ସମ୍ପର୍କରେ କେତେକ ତଥ୍ୟ

ମିଶନ ଶକ୍ତି ଇସି ସଦସ୍ୟଙ୍କ ସମ୍ପର୍କରେ କେତେକ ତଥ୍ୟ

ଭୁବନେଶ୍ୱର : କେନ୍ଦ୍ର ସରକାର ୧୯୯୯ ମସିହା  ଏପ୍ରିଲ ପହିଲାରୁ  ଆରମ୍ଭ କରିଥିଲେ  ସ୍ୱଣ୍ଣ ଜୟନ୍ତୀ ଗ୍ରାମ୍ୟ  ସ୍ୱରୋଜଗାର ଯୋଜନା ଆରମ୍ଭ  କଲେ । ସେତେବେଳେ ଅଙ୍ଗନୱାଡି  କର୍ମୀ  ନିଜ କେନ୍ଦ୍ର ପରିସର ଅଞ୍ଚଳରେ  ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କଲେ ।  ଗୋଟିଏ ସେକ୍ଟର ଅଞ୍ଚଳରେ ଯେତିକି ମହିଳା  ସ୍ୱୟଂ ସହାୟକ ଗୋଷ୍ଠୀ ଗଠିତ ହୋଇଥିଲା ।  ସେହି ସମସ୍ତ ମହିଳା  ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ  ବସାଇ ତାଙ୍କ  ବୈଠକରେ ଅଙ୍ଗନୱାଡି  କର୍ମୀ ଅଥବା   ସହାୟିକା ଚୟନ ଭଳି  ଇ.ସି ସଦସ୍ୟ ବଛାଯାଇ  ବ୍ଲକ ସ୍ତରରେ  ମହିଳା ସଶକ୍ତକରଣର  ଜୀବିକା ଅର୍ଜନର ପରିଚାଳନା ପାଇଁ  ମହିଳା ମହାସଂଘକୁ   କାଯ୍ୟଭାର ଦିଆଗଲା ।  ମାତ୍ର ଏମାନେ ନିର୍ୱାଚିତ  ଲୋକ ପ୍ରତିନିଧି  ନୁହନ୍ତୁ ପରନ୍ତୁ  ତୃଣମୂଳ ସ୍ତରର ମହିଳାଙ୍କୁ  ଆତ୍ମନିର୍ଭରଶୀଳ ହେବା ପାଇଁ   ଗୋଷ୍ଠୀଗତ ସଞ୍ଚୟ  ଓ ବ୍ୟକ୍ତିଗତ ସ୍ୱୟଂ ସଂଚୟ ପାଇଁ  ପ୍ରବର୍ତ୍ତାଇବା  ଏହି ସଞ୍ଚୟ କେଉଁ  ଗୋଷ୍ଠୀ କେତେ କରାଇଲେ  ତାହା ତଦାରଖ କରି  ଗୋଷ୍ଠୀଗତ ଓ ବ୍ୟକ୍ତିଗତ ବ୍ୟାଙ୍କ  ଋଣ ପାଇଁ  ବ୍ୟାଙ୍କକୁ  ସୁପାରିଶ କରିବା   ଏହି ମହିଳା ଗୋଷ୍ଠୀଙ୍କୁ  ସାଙ୍କରେ ନେଇ ବ୍ୟାଙ୍କରୁ ଋଣ  ପ୍ରଦାନ କରାଇବା , ବଡି ତିଆରି ସସ୍ ଓ ଜାମ , ଧୂପ ବା ଅଗରବତୀ ତିଆରି ଠାରୁ  କୁକୁଡା ଚାଷ ସିଲେଇ ମେସିନ ବସାଇ  ଟେଲରିଙ୍ଗ କରିବା ଭଳି  କାଯ୍ୟ ପାଇଁ  ଗୃହିଣୀ ମହିଳାଙ୍କୁ  ପ୍ରବର୍ତ୍ତାଇ ତାଙ୍କ ଆତ୍ମ ନିର୍ଭରଶୀଳତାର ରାହା ଦେଖାଇଲେ । ଏମାନେ କେବଳ ବୈଠକ ବାବଦରେ ସିଟିଙ୍ଗ ଆଲାୱେନଓ ପାଉଥିଲେ ।  ଏମାନେ ଅନ୍ୟାନ୍ୟ  ସ୍କିମର ୱାର୍କର  ଭଳି ଏହି  ସ୍କିମ କାଯ୍ୟ କରନ୍ତି ।  ଏମାନେ ନିର୍ୱାଚିତ ନେତା ନୁହଁନ୍ତି ।  ସ୍କିମ ୱାର୍କର ।  ଏମାନେ ରାଜନେତା ନୁହନ୍ତି । ଏମାନେ ୮,୯ ବର୍ଷ କାମ କଲା ପରେ ୨୦୦୮ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର କମ୍ୟୁନିଟି ବେସଡ ଅର୍ଗାନାଇଜେସନ ବା ସିବିଓର ଟର୍ମ ନିଣ୍ଣୟ କଲେ ୨ ବର୍ଷ । ରାଜ୍ୟ ସରକାର  ମହିଳା  ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସିବିଓ ଭାବେ ଗ୍ରହଣ କରି  ତାଙ୍କ ପରିଚାଳଳନା ସ୍ୱୟଂ ସହାୟକ ଗୋଷ୍ଠୀ ହାତରେ ଅର୍ପଣ କଲେ ବି ଏହି ସ୍କିମ ୱାର୍କର ଚୟନକୁ ଅନ୍ୟାନ୍ୟ ସ୍କିମ ୱାର୍କର  ଯଥା ଅଙ୍ଗନୱାଡି ମଧ୍ୟାହ୍ନ ଭୋଜନ ପାଚିକା ସହାୟତା ବା ଆଶାକର୍ମୀ ଚୟନ ଭଳି ଏମାନଙ୍କ ଚୟନ ସିବିଓ ହାତରେ ରଖିଲଲେ ।  ୨୦୦୮ ପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ  ଗଠନ ଦାୟିତ୍ୱ  ଏହି ଇ.ସି . ସଦସ୍ୟଙ୍କ ଉପରେ ନ୍ୟସ୍ତ କରାଗଲା ।  ୨୦୦୮ ପରେ ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଶାନୁରୂପ  ବୃଦ୍ଧି ହେବାରୁ  ରାଜ୍ୟ ସରକାର  ଓଡିଶାରେ ଏନଆର ଏଲ ଏମ ପରିଚାଳନା ପାଇଁ  ମିଶନ ଶକ୍ତି ନାମରେ  ଏକ ସ୍ୱତନ୍ତ୍ର  ବିଭାଗ ଗଠନ କଲେ । ୨୦୧୯ ମସିହାରୁ ଏମାନଙ୍କୁ  ସିଟିଙ୍ଗ ଆଲାୱେନସ  ବ୍ୟତୀତ  ଏକ ଫିକ୍ସଡ ଟ୍ରାଭେଲିଙ୍ଗ  ଆଲାୱେନସ ମାସିକ ହଜାରେ ଟଙ୍କା  ହାରରେ ଦେବାରୁ  ଏହି ଇ.ସି ମାନେ  ରାଜ୍ୟରେ ଗ୍ରାମାଞ୍ଚଳରେ ପାଞ୍ଚ ଲକ୍ଷରର ଅଧିକ ଏବଂ  ସହରାଞ୍ଚଳରେ ମିଶାଇ  ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ  ଗଠନ ସହ  ଗୋଷ୍ଠୀଗତ ହସ୍ତଶିଳ୍ପ , କୁଟୂର ଶିଳ୍ପ ଓ ବ୍ୟକ୍ତିଗତ  କୁଟୀର ଶିଳ୍ପ ଓ ହସ୍ତଶିଳ୍ପ ବୃଦ୍ଧିରେ ପ୍ରମୁଖ ଭୂମିକା  ନେଇ ରାଜ୍ୟରେ ୭୦ ଲକ୍ଷ ମହିଳାଙ୍କୁ  ଆତ୍ମନୀର୍ଭରଶୀଳତାର ରାହା ଦେଖାଇଲେ । ରାଜ୍ୟ ସରକାର ଏମାନଙ୍କ କାଯ୍ୟ  ସୁଗମ କରିବା ପାଇଁ  ୨୩,୨୪ ଆର୍ଥିକ ବର୍ଷରେ ପ୍ରାୟ ୪୮ ହଜାର ଇ.ସି ମହିଳାଙ୍କୁ ସ୍କୁଟର ଋଣ ବିନା ସୁଦ୍ଧରେ ପ୍ରଦାନ କଲେ ଏବଂ ୨୪ ମସିହା ମାର୍ଚ୍ଚରେ ମାସିକ ଆଉ ୫ ଶହ ଟଙ୍କା ହାରରେ ଫିକ୍ସଡ ଟ୍ରାଭେଲିଂ ଆଲାୱାନେଓ ବୃଦ୍ଧି କରିଥିଲେ ।  ଏମାନେ କେବଳ  ଆଜୀବିକା ଦେଖାଇଲେ ନାହିଁ ଏମାନଙ୍କୁ ମଧ୍ୟ ମହିଳାଙ୍କ ସମାଜ ବିକାଶ ପାଇଁ ବିଭିନ୍ନ ପଯ୍ୟାୟରେ ବିଭିନ୍ନ ତାଲିମ ଦିଆଯାଇଛି । ଏମାନଙ୍କ କାଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ୨୦୧୬, ୧୭ ଠାରୁ  କମ୍ୟୁନିଟି ରିପୋର୍ସ ପର୍ସନ ବା ସିଆରପି ପ୍ରତି ୫ପୁ ୧୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ବ୍ଲଷ୍ଟର ଲେଭେଲ ଫେଡେରେସନରେ  ନିଯୁକ୍ତି ଦିଆଗଲା । ଏମାନଙ୍କ ସଭା  ବହି ଓ ଆକାଉଣ୍ଟ ବହି ପରିଚାଳନା ପାଇଁ ମାଷ୍ଟର ବୁକ କିପରି ବାର ଏମବିକେ ରଖାଗଲା । ନିର୍ୱାଚନ ପରେ ମହିଳା ବିରୋଧୀ ବିଜେପି ସରକାର ଏକ ଲକ୍ଷ ୨୦ ହଜାରରୁ ଅଧିକ ଗ୍ରାମାଞ୍ଚଳ ଇ.ସି. ଏବଂ ୩୫ ହଜାରରୁ ଅଧଝିକ ସହରାଞ୍ଚଳ ଇସି ଯେଉଁମାନେ ଫିକ୍ସଡ ଟ୍ରାଭେଲିଙ୍ଗ ଆଲାୱେନଓ ମଧ୍ୟ ନପାଇ ମଧ୍ୟ କାଯ୍ୟ କରିଛନ୍ତି । ସେ ସମସ୍ତଙ୍କୁ  ରଷ୍ଟ୍ରକ୍ଟରିଙ୍ଗ ଆଳରେ ହଟାଇ ସମିତି ସଂଖ୍ୟକ ଅସ୍ଥାୟୀ  ନୂତନ ଇ.ସି ଚୟନ ସୀମିତ ସଂଖ୍ୟକ  କମ୍ୟୁନିଟି ସପୋର୍ଟ  ଷ୍ଟାଫ୍ ରଖି ବିଶାଳ ମହାଦୃମ ମିଶନ ଶକ୍ତିକୁ  ଧ୍ୱଂସ  କରିବାକୁ ନିଷ୍ପତ୍ତି ନେଇଛନ୍ତି ।  ମିଶନ ଶକ୍ତି ମନ୍ତ୍ରୀ  ମହୋଦୟା ଗତ ସପ୍ତାହରେ ବୟାନ ଦେଲେ ଯେ  ମିଶନ  ଶକ୍ତିରେ  କୌଣସି ଦୁର୍ନୀତି ନାହିଁ , ଏହା ସଫଳ ଯୋଜନା । ଯୋଜନାକୁ ସଫଳ କରାଇଥିବା ସ୍କିମ ୱାର୍କରଙ୍କୁ ହଟାଇବା ଏକ ବିଡମ୍ବନା ।  ବିଜେପି ବୟାନ ଦେଇଛି , ଏମାନେ ବିଜେଡିର ରାଜନୀତି କରୁଥିଲେ । ଏମାନେ ବିଜେଡିର ରାଜନୀତି କରିଥିଲେ ବିଜେପି କ୍ଷମତାରେ ବସିବା ସମ୍ଭବ ହୋଇ ନଥାନ୍ତା । ତେଣୁ ୮ ମସିହାରୁ  ଅଟଳ ଥିବା ଗାଇଡ ଲାଇନକୁ ରାଜନୈତିକ ପ୍ରତିହିଂସା ପାଇଁ ମହିଳା ବିରୋଧୀ ହଟେଇବା ପରିବର୍ତ୍ତେ ଆହୁରି ସଶକ୍ତ କରାଯାଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking