25.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଉଦ୍ଧମପୁରରେ ଯବାନ୍ ସହିଦ୍‌

ଉଦ୍ଧମପୁରରେ ଯବାନ୍ ସହିଦ୍‌

ଉଦ୍ଧମପୁର: ଗୁରୁବାର ଜମ୍ମୁ-କାଶ୍ମୀରର ଉଦ୍ଧମପୁର ଜିଲ୍ଲା ବସନ୍ତଗଡ ପ୍ରାନ୍ତରେ ଆତଙ୍କବାଦୀଙ୍କ ସହ ଘଟିଥିବା ଏକ ଏନ୍‌କାଉଣ୍ଟର ଘଟଣାରେ ଜଣେ ସୈନିକ ସହିଦ୍ ହୋଇଥିବା ସୂଚନା ମିଳିଛି। ଉଦ୍ଧମପୁର ପ୍ରାନ୍ତରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ମାତ୍ରେ ସୁରକ୍ଷାବଳର ଯବାନ୍ ଏବଂ ଜମ୍ମୁ କାଶ୍ମୀର ପୁଲିସ୍ ଟିମ୍ ସେଠାରେ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଅତର୍କିତ ଭାବେ ଯବାନ୍‌ଙ୍କ ଉପରକୁ ଗୁଳିମାଡ଼ କରିବା ଆରମ୍ଭ କରିଥିଲେ। ଏଥିରେ ଜଣେ ଯବାନ୍ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯିବା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି। ତେବେ ଜମ୍ମୁ-କାଶ୍ମୀର ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଦୁଇ ଦିନ ପରେ ଏହି ଘଟଣା ଘଟିଛି। ତେବେ ଉଦ୍ଧମପୁରକୁ ଏବେ ସିଲ୍ କରାଯାଇଛି ଏବଂ ସୁରକ୍ଷା ଯବାନ୍‌ମାନେ ସର୍ଚ୍ଚ ଅପରେସନ୍ ଜାରି ରଖିଥିବା ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କର୍ପସ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking