ଝାଡଖଣ୍ଡ: ଝାଡଖଣ୍ଡର ସରଣ୍ଡା ଜଙ୍ଗଲରେ ଆଇଡି ବିସ୍ଫୋରଣରେ ଆହତ ସିଆରପିଏଫ ଯବାନଙ୍କ ମୃତ୍ୟୁ ହୋଇଛି । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟାରେ ଝାଡଖଣ୍ଡର ଜରେଇକେଲାତାନା ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ ହୋଇଥିଲା । ଏଥିରେ ୩ ସିଆରପିଏଫ ଯବାନ ଗୁରୁତର ହୋଇଥିଲେ । ସେମାନଙ୍କୁ ମଧ୍ୟରୁ ଗୁରୁତର ଜଣେ ଯବାନ ସହିଦ ହୋଇଛନ୍ତି । ଗୁରୁତର ଅନ୍ୟ ଦୁଇ ଯବାନଙ୍କୁ ଆଜି ଦିଲ୍ଲୀ ଏୟାର ଲିଫ୍ଟ କରାଯିବ ।









