26.1 C
Bhubaneswar
Thursday, September 19, 2024
Homeଓଡିଶାଆଉଟଲୁକ୍ ଏଗ୍ରି-ଟେକ୍ ସମ୍ମିଟ୍‌ରେ ସୋଆ କୃଷି ମହାବିଦ୍ୟାଳୟ ସମ୍ମାନିତ

ଆଉଟଲୁକ୍ ଏଗ୍ରି-ଟେକ୍ ସମ୍ମିଟ୍‌ରେ ସୋଆ କୃଷି ମହାବିଦ୍ୟାଳୟ ସମ୍ମାନିତ

ଭୁବନେଶ୍ୱର, : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)କୁ ଗତ ରବିବାର ଦିନ ନୁଆଦିଲ୍ଲୀ ଠାରେ ‘ଆଉଟ୍‌ଲୁକ୍ ଏଗ୍ରି-ଟେକ୍ ସମ୍ମିଟ୍‌’ରେ ସମ୍ମାନଜନକ ‘ଆଉଟଷ୍ଟାଣ୍ଡିଂ ଏଗ୍ରିକଲ୍‌ଚର ଇନ୍‌ଷ୍ଟିଚ୍ୟୁଟ୍ / ୟୁନିଭର୍ସିଟି’ ସମ୍ମାନରେ ସମ୍ମାନିତ କରାଯାଇଛି ।
ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ଦେବେଶ ଚତୁର୍ବେଦୀଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକ ମଧ୍ୟ ଉପସ୍ଥିତ ଥିଲେ ।
କୃଷି ଶିକ୍ଷା, ଗବେଷଣା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ଉଚ୍ଚକୋଟୀର ସଫଳତା ନିମନ୍ତେ ଆଇଏଏସ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମର ପ୍ରସଙ୍ଗ ଥିଲା ‘ଫ୍ୟୁଚର ଅଫ୍ ଫାର୍ମିଙ୍ଗ୍‌: ସୋଇଙ୍ଗ୍ ସିଡ୍‌ସ ଅଫ୍ ଚେଞ୍ଜ’ ।
ଏହି ଅବସରରେ ପ୍ରଫେସର ରାଉତ କହିଛନ୍ତି ଯେ ଏହି ସମ୍ମାନ କୃଷି ମହାବିଦ୍ୟାଳୟ ପାଇଁ ଏକ ଉଲ୍ଲେଖନୀୟ ମାଇଲଖୁଂଟ ।
ପୁରସ୍କାର ଗ୍ରହଣ କରିବା ପରେ ବୁଧବାର ପ୍ରଫେସର ରାଉତ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ବେଳେ ଏହି ସମ୍ମାନ ନେଇ ପ୍ରଫେସର ନାୟକ କୃଷି ମହାବିଦ୍ୟାଳୟକୁ ଶୁଭେଚ୍ଛା ଜଣାଇଥିଲେ ।
ଏହି ଅବସରରେ ଆଇଏଏସ୍‌ର ଆସୋସିଏଟ୍ ପ୍ରଫେସର ଡକ୍ଟର ଅଂଶୁମାନ ଜେନା ଓ ଡକ୍ଟର ଶୁଭପ୍ରଦ ଦାଶ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking