25.1 C
Bhubaneswar
Friday, February 27, 2026
Homeଓଡିଶାସୋଆ ଏସ୍‌ପିଏସ୍‌ର ବାର୍ଷିକ ଉତ୍ସବ ‘ଆମିଟି’ ଉଦ୍‌ଘାଟିତ

ସୋଆ ଏସ୍‌ପିଏସ୍‌ର ବାର୍ଷିକ ଉତ୍ସବ ‘ଆମିଟି’ ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ୨-ଦିନିଆ ବାର୍ଷିକ ଉତ୍ସବ ‘ଆମିଟି ୨୦୨୬’ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୋଆ ଉପକୁଳପତି ପ୍ରଫେସର (ଡକ୍ଟର) ଅନୁପ କୁମାର ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ନିଜ କ୍ଷେତ୍ରରେ ଶ୍ରେଷ୍ଠ ହେବା ନିମନ୍ତେ ଲକ୍ଷ୍ୟ ରଖିବା ଜରୁରୀ ବୋଲି କହିଥିଲେ। ତେବେ କେବଳ ଲକ୍ଷ୍ୟ ସ୍ଥିର କରିଦେଲେ ହେବ ନାହିଁ ବରଂ ସେଥିପାଇଁ ପୂର୍ଣ୍ଣ ରୂପରେ ସମର୍ପିତ ହେବା ଜରୁରୀ। ଧୈର୍ଯ୍ୟ, କଠିନ ପରିଶ୍ରମ, ଅଧ୍ୟବସାୟ, ଶୃଙ୍ଖଳିତ ଓ ଦୃଢ ମନୋଭାବ, ସମୟାନୁବର୍ତର୍ିତା, ଜ୍ଞାନ ଆହରଣ ଓ ସକାରାତ୍ମକ ଚିନ୍ତାଧାରାକୁ ନେଇ କାର୍ଯ୍ୟ କଲେ ସଫଳତା ହାସଲ ହୋଇଥାଏ ବୋଲି ପ୍ରଫେସର ସାମନ୍ତରାୟ କହିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଆ କବି ଡକ୍ଟର ଶକ୍ତି ପ୍ରସନ୍ନ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନିଜ ବୃତି ସହ ନିଜର ସଂସ୍କୃତି ପ୍ରତି ମଧ୍ୟ ଆକର୍ଷିତ ହେବା ଆବଶ୍ୟକ ବୋଲି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ସାହିତ୍ୟ ଓ ବିଜ୍ଞାନ ପରସ୍ପର ସହ ଓତଃପ୍ରୋତ ଭାବରେ ଜଡିତ। ସଂସ୍କୃ୍‌୍‌ତି, ସାହିତ୍ୟ ଓ ପ୍ରଯୁକ୍ତିବିଦ୍ୟା ଗୋଟିଏ ସୂତାରେ ବନ୍ଧା। ଜ୍ଞାନ ଆହରଣ କରିବାର ଜିଜ୍ଞାସା ସୃଷ୍ଟି ହେଲେ ନୂତନ ଜ୍ଞାନକୌଶଳ ଆବିଷ୍କାର ହୋଇପାରିବ ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କ କଥା ଚିନ୍ତା କରିବାକୁ ପଡ଼ିବ କାରଣ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଠିକ୍ ଅନୁପାତର ଔଷଧ ହିଁ ରୋଗ ଉପଶମ କରିବାରେ ସହାୟକ ହୋଇଥାଏ। ୨୪ ଘଂଟିଆ ଜରୁରୀକାଳୀନ ସେବା ଓ ଚିକିତ୍ସା କ୍ଷେତ୍ରରେ ଫାର୍ମାସଷ୍ଟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ନିଜର ବ୍ୟକ୍ତିଗତ ଜୀବନର ଶିକ୍ଷଣୀୟ ଅନୁଭୂତି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସାହିତ୍ୟ ଓ ବିଜ୍ଞାନର ସଂପର୍କ ବିଷୟରେ ଶ୍ରୀ ମହାନ୍ତି ବୁଝାଇଥିଲେ। ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଉତ୍କର୍ଷତାକୁ ପ୍ରତିପାଦିତ କରିବା ସହିତ ନିଜ ଜୀବନର ମୂଳ ଉଦ୍ଦେଶ୍ୟ କ’ଣ ଓ ଏହାକୁ ଜାଣି କେଉଁ ସବୁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ସେ ନେଇ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଶିକ୍ଷାନୁଷ୍ଠାନର ପତ୍ରିକା ‘ଆରୋନ୍ ୨୦୨୬’ର ବାର୍ଷିକ ସଂଖ୍ୟା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ଏସ୍‌ପିଏସ୍ – ୧ ର ଡିନ୍ ପ୍ରଫେସର (ଡକ୍ଟର) ଦେବଜ୍ୟୋତି ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ ବାର୍ଷିକ ବିବରଣୀ ପାଠ କରିଥିଲେ। ଉତ୍ସବ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା କୃତି ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟି ମେମ୍ବର୍ସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେଂଟର ଫର ବାୟୋଟେକ୍ନୋଲି (ସିବିଟି)ର ପ୍ରଫେସର(ଡକ୍ଟର) ଏଙ୍କେଟେଶ୍ୱର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking