23.1 C
Bhubaneswar
Monday, February 9, 2026
Homeଓଡିଶାସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ୍ ଦ୍ୱାରା ହସ୍ପିଟାଲିଟି ହୋରାଇଜନ୍‌-୨୦୨୫ କାର୍ଯ୍ୟକ୍ରମ ଆୟୋଜିତ

ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ୍ ଦ୍ୱାରା ହସ୍ପିଟାଲିଟି ହୋରାଇଜନ୍‌-୨୦୨୫ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ରେ ଶୁକ୍ରବାର ଦିନ ହସ୍ପିଟାଲ ହୋରାଇଜନ୍ – ୨୦୨୫ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ୧୪ଟି  ସ୍କୁଲ ଓ କଲେଜରୁ ଦଶମ ଶ୍ରେଣୀ ଓ ଯୁକ୍ତ ଦୁଇର ପ୍ରାୟ ୫୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଦକ୍ଷତା ଏକ କଳା। ବର୍ତମାନ ହସ୍ପିଟାଲିଟି ଟୁରିଜିମ୍ ଏକ ବଡ ବୃତିଗତ ସୁଯୋଗ ପାଲଟିଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ପେସା ଭାବେ ଚୟନ କଲେ ସେମାନେ ଉପକୃତ ହେବା ସହିତ ବୃତି କ୍ଷେତ୍ରରେ ନିଜର ଏକ ପରିଚୟ ସୃଷ୍ଟି କରିପାରିବେ ବୋଲି ପ୍ରଫେସର ନନ୍ଦ କହିଥିଲେ।
ସେହିପରି ଉନ୍ନତ ମାନର ଟେକ୍‌ନୋଲୋଜିର ବିକାଶ ହେବା ଫଳରେ ସ୍ୱାସ୍ଥ୍ୟ, ଶିକ୍ଷା ତଥା ହସ୍ପିଟାଲିଟି ଓ ଟୁରିଜିମ୍ କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ‘ଛପନ ଭୋଗ’ ର ପ୍ରତିଷ୍ଠାତା ଶ୍ରୀ ସତ୍ୟବ୍ରତ ମହାନ୍ତି ଯୋଗ ଦେଇ କହିଥିଲେ ଯେ ସାଧାରଣତଃ ଲୋକମାନେ ଏହି ବୃତିକୁ ଏତେ ଗୁରୁତ୍ୱ ଦେଉ ନଥିବା ବେଳେ ବର୍ତମାନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହି ବୃତି ପ୍ରତି  ଆଗ୍ରହ ଦେଖାଦେଉଛି ବୋଲି ସେ କହିଥିଲେ ।
ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ପାର୍ଲେର ଡିଭିଜନାଲ ସେଲ୍‌ସ ମ୍ୟାନେଜର ଶ୍ରୀ ନରେନ୍ଦ୍ର ସିଂ ଓ ମୋନିନ୍‌  ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ର ବିଜିନେସ୍ ଡେଭଲମେଂଟ ମ୍ୟାନେଜର (ଇଷ୍ଟ ଇଣ୍ଡିଆ) ଶ୍ରୀ ପାର୍ଥ ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ।
ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସ୍ୱାଗତ ଭାଷଣ ଦେବା ସହିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ କହିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଏସ୍‌ଏଚ୍‌ଏମ୍‌ର ଆସିଷ୍ଟାଂଟ ପ୍ରଫେସର ଓ ପ୍ରୋଗ୍ରାମ୍ କୋର୍ଡିନେଟର ଶ୍ରୀ ଶୁଭ୍ରାଂଶୁ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking