ଭୁବନେଶ୍ୱର: ବିମାନରେ ଚାଲାଣ ହେଉଥିଲା ସାପ । ଭୁବନେଶ୍ୱର ବିମାନବନ୍ଦରରୁ ସାପ ଜବତ ହୋଇଛି । ବିସ୍କୁଟ ଡ଼ବାରେ ଚାଲାଣ ହେଉଥିଲା ସାପ। ୯ଟି ସାପ ସାଙ୍ଗକୁ କଇଁଛ, ଗୋଧି ଓ ଏଣ୍ଡୁଅ ଉଦ୍ଧାର କରାଯାଇଛି । ବ୍ୟାଙ୍କକରୁ ଚେନ୍ନାଇ ଭାୟା ଭୁବନେଶ୍ୱର ଦେଇ ହେଉଥିଲା ଚାଲାଣ । ଚେନ୍ନାଇର ଜଣେ ଯୁବକଙ୍କୁ ଅଟକ ରଖି କଷ୍ଟମ ବିଭାଗର ପଚରାଉଚରା ଜାରି ରହିଛି । ସିଟି ଫରେଷ୍ଟର ଟିମ୍ ଜରିଆରେ ତଦନ୍ତ ଜାରି ରହିଛି । ସୂଚନାଯୋଗ୍ୟ, ଭୁବନେଶ୍ୱର ବିମାନ ବନ୍ଦରରୁ ବହୁରୂପୀ ଏଣ୍ଡୁଅ, ଗୋଧି, ସାପ ଓ କଇଁଛ ଜବତ ହୋଇଛି । ବ୍ୟାଙ୍କକ୍ରୁ ବିମାନ ଯୋଗେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଆସିଥିଲା । ବିମାନ ବନ୍ଦର ପହଞ୍ଚିବା ପରେ କଷ୍ଟମ ବିଭାଗ ଧରିଥିଲା । ୯ଟି ସାପ, ୧୦ଟି ବହୁରୂପୀ ଏଣ୍ଡୁଅ, ୧୨ଟି କଇଁଛ ବିକ୍ରି ପାଇଁ ଲଗେଜ୍ରୁରେ ଭର୍ତ୍ତି କରି ଆଣିଥିଲେ ଯୁବକ । ଚେକିଂ ସମୟରେ କଷ୍ଟମ ବିଭାଗ ହାତରେ ଧରା ପଡ଼ିଥିଲେ ଯୁବକ । ଯୁବକ ଜଣଙ୍କ ହେଲେ ତାମିଲନାଡୁର ଶଙ୍କର ମୂର୍ଗନ୍ । କଷ୍ଟମ ବିଭାଗ ତାଙ୍କ ପାସପୋର୍ଟକୁ ଜବତ କରିଛି ।