ନୂଆଦିଲ୍ଲୀ: ଆକାଶ ଛୁଆଁ ସୁନା ଦର । ବାହାଘର ଋତୁରେ ସୁନା ଦର ଶୁଣି ଲାକମାନେ ସୁନା ଦୋକାନରୁ ମୁହଁ ଫେରାଇନେଉଛନ୍ତି । ଲକ୍ଷେ ଛୁଇଁଲା ସୁନା ।ଜିଏସଟି ମିଶିଲା ପରେ ଦର ଲକ୍ଷେ ପାର କରିଛି । ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ, ବିଶ୍ବର ଅର୍ଥନୈତିକ ଅସ୍ଥିରତା ଯୋଗୁ ସୁନା, ରୁପା ଦର ଆକାଶଛୁଆଁ ହୋଇଛି । ପ୍ରଥମ ଥର ପାଇଁ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୧ ହଜାର ୩୫ ଛୁଇଁଛି । ଦିନକରେ ବଢିଲା ୩ ହଜାର ଟଙ୍କା । ୨୨ କ୍ୟାରେଟ ମୂଲ୍ୟ ୯୨ ହଜାର ୯୦୦ ଟଙ୍କା ରହିଛି । ହେଲେ ସୁନାରେ ୩ ପ୍ରତିଶତ ଜିଏସିଟି ଲାଗିବା ପରେ ଏହା ଦର ୧ ଲକ୍ଷ ୧୬୬ ଟଙ୍କା ଛୁଇଁଛି । ଚଳିତ ବର୍ଷରେ ସୁନା ଦର ୧୦ ଗ୍ରାମ ପିଛା ୨୦ ହଜାର ୮୫୦ ଟଙ୍କା ଆର୍ଥାତ୍ ୨୬ ଦଶମିକ ୪ ପ୍ରତିଶତ ମହଙ୍ଗା ହୋଇଛି । ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୯୮ ହଜାର ୩୫୦ ଟଙ୍କା ଛୁଇଁଛି । ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ଦାମ ୯୦ ହଜାର ୧୫୦ ଟଙ୍କା ଛୁଇଁଛି ।