22.1 C
Bhubaneswar
Saturday, February 7, 2026
Homeଓଡିଶାଯୋଜନା ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ

ଯୋଜନା ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଥାନୀୟ ଗୋଠପାଟଣାସ୍ଥିତ ରାଜସ୍ଵ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ (ରୋଟି)ଠାରେ ଏକ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ମିଶ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ, ପ୍ରଶିକ୍ଷଣ ନେଉଥିବା ରାଜସ୍ଵ ଅଧିକାରୀଙ୍କୁ ଅବଗତ କରାଇ କହିଥିଲେ ଯେ, ସରକାର ଏମଏସଏମଇ କ୍ଷେତ୍ରକୁ ଅଧିକ ସଶକ୍ତ କରିବାପାଇଁ ଏମଏସଏମଇ ଉତ୍ପାଦଗୁଡ଼ିକୁ କ୍ରୟ କରିବା ପାଇଁ ଅଗ୍ରାଧିକାର ଦେଉଛନ୍ତି । ଫଳରେ ଦୀର୍ଘକାଳୀନ ସୂତ୍ରରେ ଏମଏସଏମଇ ପ୍ରକଳ୍ପଗୁଡ଼ିକୁ ସୁଦୃଢ଼ କରାଯିବା ସହ ସ୍ଥାୟୀ ବଜାର ସୃଷ୍ଟି ହୋଇପାରିବ । ତେଣୁ ସରକାରୀ ସ୍ତରରେ ଆବଶ୍ୟକତା ଅନୁଯାୟୀ ସରକାରୀ ନିୟମ ଅନୁସାରେ ଏମଏସଏମଇ ଉତ୍ପାଦଗୁଡିକୁ କିପରି କ୍ରୟ କରାଯାଇପାରିବ ସେ ସଂପର୍କରେ ଅଧିକାରୀମାନେ ଦାୟିତ୍ୱସମ୍ପନ୍ନ ହୋଇ କର୍ତ୍ତବ୍ୟ ସମ୍ପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ । ନିର୍ଦ୍ଦେଶାଳୟର ଯୁଗୁ ନିର୍ଦ୍ଦେଶକ ଶ୍ରୀ ପ୍ରଭାକର ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ତୁଷାର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖଦିବୋର୍ଡର ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ ଚନ୍ଦ୍ରହାସ୍ୟ ନାଏକ, ଖୋର୍ଦ୍ଧା ଡିଆଇସିର ସାଧାରଣ ପରିଚାଳକ ସମୁଚିତା ମଲ୍ଲିକ, ସହ ନିର୍ଦ୍ଦେଶକ ଶିଶିର୍ ରଞ୍ଜନ୍ ମିଶ୍ର, ରୋଟିର ଯୁଗ୍ମ ନିର୍ଦ୍ଦେଶକ ମନୋଜ ପାତ୍ର, ପ୍ରଶିକ୍ଷଣ ନେଉଥିବା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ରାମ୍ପ୍ ଯୋଜନା ଅଧୀନରେ ଏହି କର୍ମଶାଳା ଆୟୋଜନ ହୋଇଥିଲା । ରାମ୍ପ୍ ହେଉଛି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ବିଶ୍ୱବ୍ୟାଙ୍କ ସମର୍ଥିତ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଏକ ଯୋଜନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking