ଗଞ୍ଜାମ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ମଦ ପିଆଇଦେଲେ ଅଷ୍ଟମ ଶ୍ରେଣୀ ଛାତ୍ର । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ପୁଡୁଗେଶ୍ବରପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଘଟିଛି । ଗୁରୁତର ଅବସ୍ଥାରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ଛାତ୍ରଙ୍କ ଜଣକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମିଳିଥିବା ସୂଚନା ଅନୁସାରେ , ବିଦ୍ୟାଳୟର ୫ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମଧ୍ୟରୁ ୩ ଜଣ ସୁରଭି କାର୍ଯ୍ୟକ୍ରମକୁ ଯାଇଥିଲେ । ଏହି ସମୟରେ କ୍ଲାସରୁମରୁ ବାହାରି ଅଷ୍ଟମ ଶ୍ରେଣୀ ଛାତ୍ର ସ୍କୁଲ ଛାତରେ ପଡ଼ିଥିବା ଜରି ପ୍ୟାକେଟରେ ଥିବା ନିଶା ପାନୀୟ ଆଣି ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ପିଆଇଥିଲେ । ପରେ ଛାତ୍ର ଜଣକ ଅସୁସ୍ଥ ହୋଇପଡିଥିଲେ । ଏ ନେଇ ଅସୁସ୍ଥ ଛାତ୍ରଙ୍କ ବାପା ଏ ବାବଦରେ ବିଇଓଙ୍କୁ ଜଣାଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜଣାଇ ଅଭିଯୋଗ କରିଛନ୍ତି । ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଦାୟିତ୍ବହୀନତା ଯୋଗୁଁ ଆଜି ଏଭଳି ଘଟଣା ଘଟିଥିବା କହି ଅଭିଭାବକ କ୍ଷୋଭ ପ୍ରକାଶ କରିଛନ୍ତି ।









