ସୁନ୍ଦରଗଡ଼ : ସୁନ୍ଦରଗଡ଼ ତଳସରା ଥାନା ବାଘିଆବେର୍ଣ୍ଣା ଜଙ୍ଗଲ ରାସ୍ତାରେ ଛେଳି ବେପାରିଙ୍କ ଠାରୁ ୨ ଲକ୍ଷ ୭୦ ହଜାର ଟଙ୍କା ଲୁଟ୍ ହୋଇଛି । ୬ ଜଣ ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ମୁନରେ ଟଙ୍କା ଲୁଟି ନେଇଛନ୍ତି । ରାଉରକେଲା ଅଞ୍ଚଳରୁ ଏକ କାର୍ରେ ଛେଳି ବେପାରି ଆସୁଥିଲେ । ତଳସରା ଥାନା ବାନଡେଗା ଛେଳି ହାଟରୁ ଛେଳି କିଣିବା ପାଇଁ ସେମାନେ ଆସିଥିଲେ । ତେବେ ସେମାନଙ୍କ ଗାଡ଼ି ଅଟକାଇ ଲୁଟ୍ ହୋଇଛି। ଏନେଇ ବେପାରୀ ମାନେ ତଳସରା ଥାନା ରେ ଅଭିଯୋଗ ପରେ ତଳସରା ପୁଲିସ ତନାଘନା ଆରମ୍ଭ କରିଛି।