31.1 C
Bhubaneswar
Friday, February 6, 2026
Homeଓଡିଶାଯାଜପୁରକୁ ଛାଡି ସବୁ ଜିଲ୍ଲାରେ ସ୍ଥିତି ସ୍ୱଭାବିକ: ମନ୍ତ୍ରୀ

ଯାଜପୁରକୁ ଛାଡି ସବୁ ଜିଲ୍ଲାରେ ସ୍ଥିତି ସ୍ୱଭାବିକ: ମନ୍ତ୍ରୀ

ଭୁବନେଶ୍ୱର: ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଯାଜପୁର ଜିଲ୍ଲା ଯିବେ ରାଜସ୍ୱ ମନ୍ତ୍ରୀ । ଏନେଇ ଯାଜପୁର ଜିଲ୍ଲା ଗସ୍ତ ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । କହିଲେ ଯାଜପୁରକୁ ଛାଡି ବାକି ସବୁ ଜିଲ୍ଲାରେ ସ୍ଥିତି ପ୍ରାୟ ସ୍ୱଭାବିକ ହେଲାଣି । ଯାଜପୁରରେ ଘାଇ ସୃଷ୍ଟି ହୋଇଛି, ପ୍ରାୟ ୩୦ରୁ ୪୦ ଗାଁ ଏହା ଯୋଗୁଁ ପ୍ରଭାବିତ ହୋଇଛି । ପାଣି ଛାଡିଲେ ହିଁ ଘାଇ ମରାମତି ସମ୍ଭବ ହୋଇପାରିବ । ୫ ହଜାରରୁ ଉର୍ଦ୍ଧ୍ୱ ଲୋକ ରିଲିଫ୍ କେନ୍ଦ୍ରରେ ଅଛନ୍ତି । ଜଳପ୍ଲାବିତ ଅଞ୍ଚଳରୁ ଗୃହପାଳିତ ପଶୁଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ପାଣି ଛାଡିଲେ କ୍ଷୟକ୍ଷତି ଆକଳନ ହେବ ଏବଂ ରିପୋର୍ଟ ଆସିଲେ ତୁରନ୍ତ କ୍ଷତିପୂରଣ ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking