34.1 C
Bhubaneswar
Friday, May 2, 2025
Homeଓଡିଶାସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ୱାରା ୧୧୯୧.୪୭ କୋଟି ଟଙ୍କା ପୁଞ୍ଜିନିବେଶରେହେବାକୁ ଥିବା ଅକ୍ଷୟଶକ୍ତି ପ୍ରକଳ୍ପକୁ ନୀତିଗତ...

ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ୱାରା ୧୧୯୧.୪୭ କୋଟି ଟଙ୍କା ପୁଞ୍ଜିନିବେଶରେହେବାକୁ ଥିବା ଅକ୍ଷୟଶକ୍ତି ପ୍ରକଳ୍ପକୁ ନୀତିଗତ ଅନୁମୋଦନ

ଭୁବନେଶ୍ୱର:  ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି -2022 ଆଧାରରେ ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍‌.ଡ଼ବ୍ଳ୍ୟୁ.ସି)ର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ 1191.47 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ପ୍ରାପ୍ତ ହୋଇଅଛି । ଏହା ସବୁଜଶକ୍ତି ପ୍ରକଳ୍ପ ସ୍ଥାପନ ଉଦେଶ୍ୟରେ ରାଜ୍ୟ ସରକାରଙ୍କ ଦୃଢ ପ୍ରତିବଦ୍ଧତାକୁ ଦର୍ଶାଉଅଛି । ଏହି ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ୱାରା ଅନୁମୋଦିତ ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ୯୫.୭ MW କ୍ଷମତାର ୨ଟି ପବନ ଶକ୍ତି ପ୍ରକଳ୍ପ, ୫୩.୯୭ MW କ୍ଷମତାର ୪ଟି ଭୂମି ଆଧାରିତ ସୌର ଶକ୍ତି ପ୍ରକଳ୍ପ ଓ ୦.୬ MWhକ୍ଷମତାର ପ୍ରଥମ ବ୍ୟାଟେରୀ ଷ୍ଟୋରେଜ୍ ପ୍ରକଳ୍ପ ।

ଏହି ପ୍ରକଳ୍ପଗୁଡିକମାଧ୍ୟମରେ ଓଡ଼ିଶାରେ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଥିବା ପ୍ରାକୃତିକ ସମ୍ଭାବନା ଗୁଡିକର ସଦବ୍ୟବହାର ହୋଇପାରିବ ତା ସଙ୍ଗେ ସଙ୍ଗେ ରାଜ୍ୟ ଅକ୍ଷୟ ଶକ୍ତି ନୀତି–୨୦୨୨ ଅନ୍ତର୍ଗତ ଲକ୍ଷ୍ୟଗୁଡ଼ିକ ପୂରଣ ପାଇଁ ମଧ୍ୟ ଏହା ସହାୟକ ହେବ । ଏହି ଅବସରରେ ଶ୍ରୀ ବିଶାଲ କୁମାର ଦେବ, ସ୍ଥାୟୀ ଅର୍ଥନୈତିକ ପ୍ରଗତି ନିମନ୍ତେ ଅକ୍ଷୟ ଶକ୍ତିର ମହତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ପୁଞ୍ଜି ନିବେଶକୁ ସୁଗମ କରିବା ଏବଂ ଅନୁମୋଦିତ ପ୍ରକଳ୍ପ ଗୁଡିକର ଠିକ ସମୟରେ କାର୍ଯ୍ୟକାରିତା କୁ  ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ ।

ନବମ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ଅନୁମୋଦିତ ହୋଇଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଏହି ବୈଠକରେ  ସମୀକ୍ଷା କରାଯାଇଥିଲା । ଏଥିରେ ରାଜ୍ୟ ଶକ୍ତି ବିଭାଗ, ଜଳ ସଂପଦ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଗ୍ରିଡକୋ, ଓପିଟିସିଏଲ୍, ଓଏଚପିସି ତଥା ବିଦ୍ୟୁତ ବିତରଣ କମ୍ପାନୀ ସମୂହର ବିଭିନ୍ନ ବରିଷ୍ଠ ଅଧିକାରୀ ଙ୍କ ସମେତ ସର୍ବୋଚ୍ଚ ଯନ୍ତ୍ରୀ (ବୈଦ୍ୟୁତିକ) ପ୍ରମୁଖ ଅଂଶଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କ ସକ୍ରିୟ ନୀତି ଏବଂ ଶୃଙ୍ଖଳିତ ପ୍ରକ୍ରିୟା ଆଧାରରେ, ରାଜ୍ୟ ଶକ୍ତି ବିଭାଗର ସିଙ୍ଗଲ୍ ୱିଣ୍ଡୋ କମିଟି ଏବଂ ଅକ୍ଷୟ ଶକ୍ତି ନୋଡାଲ ଏଜେନ୍ସି ଗ୍ରିଡକୋମାଧ୍ୟମରେ, ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବଢିଛି ଏବଂ ଏକ ଅଧିକ ଆତ୍ମନିର୍ଭରଶୀଳ ଓଡିଶା ପାଇଁ ପଥ ପରିଷ୍କାର ହୋଇଚାଲିଛି। ଏ ଯାଏଁ, ଅକ୍ଷୟଶକ୍ତି କ୍ଷେତ୍ରରେ ମୋଟ 1,707.56 ମେଗାୱାଟ କ୍ଷମତା ସଂପନ୍ନ ପ୍ରକଳ୍ପ ଲାଗି 12,387.36 କୋଟି ଟଙ୍କାରପୁଞ୍ଜି ବିନିଯୋଗ ପାଇଁ ସିଙ୍ଗଲ୍ ୱିଣ୍ଡୋ କମିଟି ନୀତିଗତ ଅନୁମୋଦନ ପ୍ରଦାନ କରିଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking