27.1 C
Bhubaneswar
Tuesday, September 24, 2024
Homeଓଡିଶା୪୯୫୪ କୋଟି ଟଙ୍କାର ୩୧ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

୪୯୫୪ କୋଟି ଟଙ୍କାର ୩୧ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର :  ରାଜ୍ୟରେ ଆଉ ୪୯୫୪.୨୬କୋଟି ଟଙ୍କା ପୁଞ୍ଜିନିବେଶର ୩୧ଟି ଇନୋଭେଟିଭ୍ ପ୍ରକଳ୍ପକୁ ଆଜି ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । ୧୪ଟି ଜିଲ୍ଲାରେ ଏହି ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଅତିରିକ୍ତ ୨୪୧୬୨ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ବୈଠକରେ ମେକାନିକାଲ ଓ ଇଲେକ୍ଟ୍ରିକାଲ କ୍ୟାପିଟାଲ ଗୁଡସ୍‌, ଫୁଡ୍ ପ୍ରୋସେସିଂ,ପ୍ୟାକେଜିଂ, ଟେକ୍ସଟାଇଲ, ବାୟୋଫୁଏଲ, ଗ୍ରୀନ୍ ଏନର୍ଜି ଉପକରଣ,ଷ୍ଟିଲ (ଡାଉନଷ୍ଟ୍ରିମ), ପ୍ଲାଷ୍ଟିକ, ଫୁଡ୍‌, ମୃଦୁପାନୀୟ, ଆଗ୍ରୋ ପ୍ରୋସେସିଂ, ଅକ୍ଷୟ ଶକ୍ତି, ଫାର୍ମାସ୍ୟୁଟିକାଲ, ପର୍ଯ୍ୟଟନ ଆଦି କ୍ଷେତ୍ରର ୩୧ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।

ଏହି ସବୁ ପ୍ରକଳ୍ପ ଖୋର୍ଦ୍ଧା, ସମ୍ବଲପୁର, ବରଗଡ଼, ସୋନପୁର, ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର, ବାଲେଶ୍ୱର, କଟକ, ଭଦ୍ରକ, ରାୟଗଡ଼ା, ଢେଙ୍କାନାଳ, ପୁରୀ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥାପନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking