35.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶଜାପାନ ମାଷ୍ଟର୍ସ ପ୍ରି-କ୍ୱାର୍ଟର୍‌ରୁ ସିନ୍ଧୁ ବିଦା

ଜାପାନ ମାଷ୍ଟର୍ସ ପ୍ରି-କ୍ୱାର୍ଟର୍‌ରୁ ସିନ୍ଧୁ ବିଦା

କୁମାମୋତୋ : ଦୁଇଥରର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ପ୍ରିକ୍ୱାର୍ଟର୍ ଫାଇନାଲ୍‌ରେ ପରାଜୟ ସୌ ଗୁରୁବାର କୁମାମୋତୋ ମାଷ୍ଟର୍ସ ଜାପାନ ସୁପର୍ ୫୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତର ଅଭିଯାନ ଶେଷ ହୋଇଛି। ବିଶ୍ୱ ନଂ.୨୦ ଖେଳାଳି ସିନ୍ଧୁ ଟୁର୍ଣ୍ଣାମେଣ୍ଟ୍‌ରେ ଅନ୍ତିମ ଭାରତୀୟ ଖେଳାଳି ଭାବେ ଥିଲେ। ତାଙ୍କ ପୂର୍ବରୁ ଲକ୍ଷ୍ୟ ସେନ୍ ଓ ମହିଳା ଡବଲ୍ସରେ ତ୍ରିସା ଜଲି ଓ ଗାୟତ୍ରୀ ଗୋପିଚାନ୍ଦ ପରାଜୟ ସହ ବାଦ୍ ପଡ଼ିଥିଲେ। ପ୍ରଥମ ଗେମ୍ ଜିତିବା ପରେ ସିନ୍ଧୁ ଲୟ ହରାଇବା ସହ କାନାଡ଼ାର ମିଚେଲେ ଲି’ଙ୍କଠାରୁ ୧୭-୨୧, ୨୧-୧୬, ୨୧-୧୭ରେ ପରାଜିତ ହୋଇଛନ୍ତି। ପ୍ରାୟ ୧ ଘଣ୍ଟା ୧୫ ମିନିଟ୍ ଧରି ଚାଲିଥିବା ମ୍ୟାଚ୍‌ର ପ୍ରଥମ ଗେମ୍‌ରେ ସମାନ ଟକ୍କର ଦେଖିବାକୁ ମିଳିଥିଲା। ସିନ୍ଧୁ ୧୧-୯ରେ ଅଗ୍ରଣୀ ହାସଲ କରିବା ସହିତ ଏହାକୁ ବଜାୟ ରଖି ଗେମ୍ ଜିତିଥିଲେ। ଦ୍ୱିତୀୟ ଗେମ୍‌ରେ ଲି’ ବହୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ ସହ ୮-୩ରେ ଅଗ୍ରଣୀ ଲାଭ କରିବା ପରେ ସିନ୍ଧୁ ପ୍ରତ୍ୟାବର୍ତ୍ତନ କରି ସ୍କୋର୍ ୧୬-୧୬ କରିଥିଲେ। ତେବେ ଲି’ ଲଗାତାର ପାଞ୍ଚ ପଏଣ୍ଟ୍ ହାସଲ କରି ଦ୍ୱିତୀୟ ଗେମ୍ ନିଜ ସପକ୍ଷରେ କରିଥିଲେ। ନିର୍ଣ୍ଣାୟକ ଗେମ୍‌ରେ ସ୍କୋର୍ ଏକଦା ୧୭-୧୭ରେ ସମାନ ଥିଲା। ଏହିଠାରୁ ଲି’ ଲଗାତାର ୪ ପଏଣ୍ଟ ହାସଲ କରି ମ୍ୟାଚ୍ ହାତେଇଥିଲେ। କ୍ୱାର୍ଟର୍ ପାଇନାଲ୍‌ରେ ଲି’ଙ୍କ ମୁକାବିଲା ସାଉଥ୍ କୋରିଆର ୟୁ ଜିନ୍ ସିମ୍‌ଙ୍କ ସହ ହେବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking