26.6 C
Bhubaneswar
Wednesday, April 15, 2026
Homeଦେଶ ବିଦେଶଟୋଲ୍-ଫି ଛାଡ଼ କଲେ ସିନ୍ଦେ ସରକାର

ଟୋଲ୍-ଫି ଛାଡ଼ କଲେ ସିନ୍ଦେ ସରକାର

ମୁମ୍ବାଇ : ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାର କରିଛନ୍ତି ବଡ଼ ଘୋଷଣା। ଆଜି ମଧ୍ୟରାତ୍ର ପରଠାରୁ ସମସ୍ତ ପ୍ରକାର ହାଲୁକା ଯାନ ପାଇଁ ଟୋଲ୍-ଫି ଛାଡ଼ କରିଛନ୍ତି ଏକନାଥ ସିନ୍ଦେ ସରକାର। ମୁମ୍ବାଇର ସମସ୍ତ ପାଞ୍ଚଟି ଟୋଲ୍ ବୁଥରେ ଏହି ନିୟମ କାର୍ଯ୍ୟକାରୀ ହେବ। ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ବୈଠକ ପରେ ମୁମ୍ବାଇର ସମସ୍ତ ୫ଟି ବୁଥରୁ ହାଲୁକା ଯାନ ପାଇଁ ଟୋଲ୍-ଫି ଆଦାୟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି। ଆଗକୁ ଦୀପାବଳି ଆସୁଥିବାରୁ ଏହି ଘୋଷଣା ମୁମ୍ବାଇ ଏବଂ ମୁମ୍ବାଇ ଆସୁଥିବା ଲୋକଙ୍କ ପାଇଁ ନିଶ୍ଚିତ ରୂପେ ଆଶ୍ୱସ୍ଥିକର ଖବର। କାରଣ ଆଗକୁ ଆଉ ହାଲୁକା ଯାନଙ୍କୁ ଟୋଲ୍-ଗେଟ୍ ଆଗରେ ଧାଡ଼ି ଦେଇ ଛିଡ଼ା ହେବାକୁ ପଡ଼ିବ ନାହିଁ। ପାଞ୍ଚଟି ବୁଥ- ଦହିସାର, ଏଲବିଏସ୍ ରୋଡ୍-ମୁଲୁନ୍ଦ, ଇଷ୍ଟର୍ନ ଏକ୍ସପ୍ରେସ ହାଇୱେ-ମୁଲୁନ୍ଦ, ଏୟାରୋଲି କ୍ରିକ୍ ବ୍ରିଜ୍ ଏବଂ ଭାସିରେ କୌଣସି ଟୋଲ୍ ଶୁଳ୍କ ନ ଦେଇ ଯାଇପାରିବେ। ଟୋଲ୍-ଫି ଛାଡ଼ ହୋଇଥିବା ହାଲୁକା ଯାନଗୁଡ଼ିକ ହେଉଛି- କାର, ଜିପ୍, ଭ୍ୟାନ୍ ଏବଂ ମିନି ଟ୍ରକ୍। ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରକୁ ଦୈନିକ ଛଅ ଲକ୍ଷରୁ ଅଧିକ ଯାନ ମୁମ୍ବାଇ ଦେଇ ଯାଏ। ସେଥିମଧ୍ୟରୁ ୮୦ ପ୍ରତିଶତ ହାଲୁକା ମୋଟର ଯାନ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking