21.1 C
Bhubaneswar
Saturday, February 7, 2026
Homeଓଡିଶାଝାଡଖଣ୍ଡ ଯାଏ ଲମ୍ବିଛି ସିମ୍‌ବକ୍ସ ନେଟୱର୍କ; କମିଶନରେଟ୍ ପୁଲିସ ଏବେ ରାଞ୍ଚି ମୁହାଁ

ଝାଡଖଣ୍ଡ ଯାଏ ଲମ୍ବିଛି ସିମ୍‌ବକ୍ସ ନେଟୱର୍କ; କମିଶନରେଟ୍ ପୁଲିସ ଏବେ ରାଞ୍ଚି ମୁହାଁ

ଭୁବନେଶ୍ୱର:  ସିମ୍ ବକ୍ସ ନେଟୱର୍କ ଏବେ ଲମ୍ବିବାରେ ଲାଗିଛି । ଗତ ୩ ଦିନ ଧରି ପୁଲିସର ତନାଘନାରେ ପ୍ରଥମେ ଭୁବନେଶ୍ୱର, ପରେ କଟକ ଆଜି ଝାଡ଼ଖଣ୍ଡ ଲିଙ୍କ୍ ସାମ୍ନାକୁ ଆସିଛି । ଝାଡ଼ଖଣ୍ଡର ରାଞ୍ଚିରେ ସିମ୍ ବକ୍ସ ସେଟଅପ୍ ବସିଛି ବୋଲି ଅଭିଯୁକ୍ତ ରାଜୁ ମଣ୍ଡଳ ଠାରୁ ପୁଲିସ ସୂଚନା ହାସଲ କରିଛି ବୋଲି ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି । ୫ ଦିନିଆ ରିମାଣ୍ଡରେ ଥିବା ରାଜୁ ଠାରୁ ଏହି ତଥ୍ୟ ପାଇବା ପରେ ଏବେ ଦଳବଳ ଧରି ରାଞ୍ଚି ମୁହାଁ ହୋଇଛି କମିଶନରେଟ୍ ପୁଲିସ । ପୁଲିସ କମିଶନର ଶ୍ରୀ ପଣ୍ଡାଙ୍କ କହିଛନ୍ତି ଯେ, ସିମବକ୍ସ କ୍ରାଇମର ବଙ୍ଗୀୟ ଏଜେଣ୍ଟ ତଥା ଉତ୍ତର ଚବିଶ ପ୍ରଗଣାର ରାଜୁ ମଣ୍ଡଳ ଭୁବନେଶ୍ୱର ଓ କୋଲକାତାରୁ ଜିନିଷପତ୍ର ନେଇ ବାଂଲାଦେଶରେ ବ୍ୟବସାୟ କରୁଥିଲା । ଇତିମଧ୍ୟରେ ମାଷ୍ଟରମାଇଣ୍ଡ ଆଶାଦ୍ଦୁରକୁ ଭେଟିବା ପରେ ସେ ସିମ୍ ବକ୍ସ ଜାଲରେ ପଡ଼ିଥିଲା । ଏହିସବୁ କାରବାର ପାଇଁ ଡିଲ୍ କରିବା ପରେ ଆଶାଦ୍ଦୁର ବୈଧ ଭିସାରେ ଗତ ଅକ୍ଟୋବରରେ ଅଗରତାଲା ଦେଇ ଭାରତ ଆସିଥିଲା । ଏହାପରେ  ଡିସେମ୍ବରରେ କଟକ ଓ ଭୁବନେଶ୍ୱର ଆସି ରାଜୁ ନାଁରେ ଘରଭଡ଼ା ନେବା ସହ ସିମବକ୍ସ ନେଟୱର୍କ ସ୍ଥାପନ କରିଥିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଅଶାଦ୍ଦୁର ଓଡ଼ିଶା ଆସି ହୋଟେଲରେ ରହିବା ଓ ଘର ଭଡ଼ା ନେଇ ସିମବକ୍ସ ବସାଇବା ଯାଏଁ ସବୁ କାମ ଚତୁରତାର ସହ ନିଜେ କରୁଥିଲା ବେଳେ କୌଣସି ଜାଗାରେ ଟିକିଏ ବି ପ୍ରମାଣ ଛାଡ଼ିନଥିବା ସିପି ଶ୍ରୀ ପଣ୍ଡା କହିଛନ୍ତି । ଭୁବନେଶ୍ୱର ଆଶାଦ୍ଦୁର ରହୁଥିବା  ଲିଙ୍ଗରାଜ ହୋଟେଲରେ ପୁଲିସ ଆଜି ଛାନଭିନ୍ କରିଛି । କୌଣସି ବିଦେଶୀ ଭାରତ ଆସି ଯଦି ହୋଟେଲ କିମ୍ବା ଯାତ୍ରୀ ନିବାସରେ ରହିବେ, ତେବେ ପୁଲିସକୁ ବିସ୍ତୃତ ତଥ୍ୟ ଦେବା କଥା । ହେଲେ ସଂପୃକ୍ତ ହୋଟେଲ ତରଫରୁ ଏନେଇ କୌଣସି ବିଧି ପ୍ରମାଣପତ୍ର ଦିଆଯାଇନଥିବାରୁ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ହୋଟେଲ୍‌ର ରେଜିଷ୍ଟ୍ରାର,ଲେଜର ବୁକ ସିଜ୍ କରି ସିସିଟିଭି ଆଧାରରେ ତଦନ୍ତ ଚଳାଇଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking