ଭୁବନେଶ୍ୱର: ଦେଶରେ ସୁନା ରୂପା ଅଳଙ୍କାର ଉପରମୁହାଁ ହୋଇଛି । ସପ୍ତାହକ ଭିତରେ ସୁନା ୩୫୦୦ଟଙ୍କା ଏବଂ ରୂପା ୩୫୦୦ ଟଙ୍କା ବୃଦ୍ଧି ପାଇଛି । ରୂପା କିଲୋ ୩ ଲକ୍ଷ ଟପିଛି । ସୁନା ୨୪ କ୍ୟାରେଡ ଏବେ ଦେଢ ଲକ୍ଷ ମୁହାଁ । ଘରୋଇ ତଥା ଆନ୍ତର୍ଜାତୀକ ବଜାରରେ ସୁନା ଏବଂ ରୂପା ଦରରେ ଅହେତୁକ ବୃଦ୍ଧି ଜାରି ରହିଛି । ସୋମବାର ବଜାର ଖୋଲିବା ମାତ୍ରେ ସୁନା, ରୂପା ମୂଲ୍ୟ ଆକାଶଛୁଆଁ ହୋଇଛି । ଯାହା ଗ୍ରାହକଙ୍କୁ ସ୍ତବ୍ଧ କରିଦେଇଛି । ଇତିହାସରେ ପ୍ରଥମଥର ପାଇଁ ରୂପା ଦର କିଲୋ ପିଛା ୩ ଲକ୍ଷ ଅତିକ୍ରମ କରିଛି । ସୁନା ମଧ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ନିକଟରେ ପହଞ୍ଚି ନୂଆ ରେକର୍ଡ ସୃଷ୍ଟି କଲାଣି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମକୁ ପ୍ରାୟ ୧ଲକ୍ଷ ୪୯ ହଜାର ୮୭୫ ରହିଛି । ସେହିପରି ରୂପା ଦରରେ ଦ୍ରୁତ ବୃଦ୍ଧି ଘଟି ଏହା କେଜି ପ୍ରତି ୩ ଲକ୍ଷ ୨ ହଜାର ୪୫୦ ଟଙ୍କାରେ ପହଞ୍ଚିଛି । ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ଗ୍ରାହକମାନେ ଗହଣା ଦୋକାନରୁ ଦୂରେଇ ରହୁଥିବା ଦେଖାଦେଉଛି ।










