22.1 C
Bhubaneswar
Friday, February 6, 2026
Homeଓଡିଶାଏସଆଇ ପରୀକ୍ଷା ମହାଘୋଟାଲା: ସେଣ୍ଟର ସିଲ୍‌

ଏସଆଇ ପରୀକ୍ଷା ମହାଘୋଟାଲା: ସେଣ୍ଟର ସିଲ୍‌

ଭୁବନେଶ୍ୱର: ପୁଲିସ ଏସ୍‌ଆଇ ପରୀକ୍ଷା ବାତିଲ ପରେ ରାଜ୍ୟ ସରକାର ତନାଘନା ଜୋର୍‌ଦାର କରିଛନ୍ତି। ଏବେ ଏସ୍ ପରୀକ୍ଷା ମହାଘୋଟାଲା ଘଟଣାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ଘଟଣାରେ ଭୁବନେଶ୍ୱରରେ ଏକ ସେଣ୍ଟର ସିଲ୍ କରାଯାଇଛି । ରଘୁନାଥପୁରର ଏକ ସେଣ୍ଟରକୁ ସିଲ୍ କଲା କ୍ରାଇମବ୍ରାଞ୍ଚ ଟିମ୍ । କାହା ମାଲିକାନାରେ ଚାଲିଥିଲା ପରୀକ୍ଷା ସେଣ୍ଟର ତାହା ସ୍ପଷ୍ଟ ହୋଇନାହିଁ । ଅଧିକ ସୂଚନା ପାଇଁ ଚାଲିଛି ତଦନ୍ତ । ଓଡ଼ିଶା ପୋଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆରବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡିଶା ପୋଲିସ ସବ-ଇନ୍ସପେକ୍ଟର ପଦବୀ ନିଯୁକ୍ତି ମାମଲାରେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଏପର୍ଯ୍ୟନ୍ତ ୧୧୮ ଜଣକୁ ଗିରଫ କରିସାରିଲେଣି। ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚଢ଼ାଉ ଜାରି ରହିଛି।

ଅନ୍ୟପଟେ ଏସ୍‌ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଶନିବାର ସମ୍ପୃକ୍ତ ଜଣେ ମଧ୍ୟସ୍ଥକୁ ଗିରଫ କରାଯିବା ପରେ ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଗୃହ ବିଭାଗ ସଚିବ, ପୁଲିସ ଡିଜି ୱାଇ ବି ଖୁରାନିଆ, ଓପିଆରବି ଅଧ୍ୟକ୍ଷ ସୁଶାନ୍ତ ନାଥ ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ପରୀକ୍ଷା ବାତିଲ ସମ୍ପର୍କରେ ଓପିଆରବି ଅଧ୍ୟକ୍ଷଙ୍କଠାରୁ ଅବଗତ ହେବା ସହ ଏହି ଦୁର୍ନୀତି ପଛର ମାଷ୍ଟରମାଇଣ୍ଡ କିଏ, ଘଟଣା କିଭଳି ଘଟିଲା, କେଉଁଠି ତ୍ରୁଟି ରହିଲା ତାହା ପଚାରି ବୁଝିଥିଲେ

ବୈଠକ ‌ପରେ ଓପିଆରବି ଅଧ୍ୟକ୍ଷ ଶ୍ରୀ ନାଥ କହିଥିଲେ ଯେ ଘଟଣାର ଅଧିକ ତଦନ୍ତ ପାଇଁ ଓପିଆରବି ତରଫରୁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖାଯାଇଛି। ଏବେ ତଦନ୍ତ ଚାଲିଛି ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହାପରେ କ’ଣ ପଦକ୍ଷେପ ନିଆଯିବ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ପରୀକ୍ଷାର୍ଥୀଙ୍କୁ ଆଶ୍ବାସନା ଦେଇ ସେ କହିଥିଲେ ଯେ କେହି ବ୍ୟସ୍ତ ହୁଅନ୍ତୁ ନାହିଁ। ସ୍ବଚ୍ଛତାର ସହ ହିଁ ପରୀକ୍ଷା ହେବ। ଠିକ୍‌ ସମୟରେ ପରୀକ୍ଷା ତାରିଖ ଘୋଷଣା କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking