ଭୁବନେଶ୍ୱର: ଏସଆଇ ପରୀକ୍ଷା ସ୍କାମ୍ ଘଟଣାରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା ସିବିଆଇ । ପରୀକ୍ଷା ପ୍ରକ୍ରିିୟା ସମୟରେ ଅନିୟମିତତା ଏବଂ ଆର୍ଥିକ କାରବାରରେ ସମ୍ପୃକ୍ତ ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଚାର୍ଜସିଟ୍ରେ ଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ, ସୌମ୍ୟା ପ୍ରିୟଦର୍ଶିନୀ, ରିଙ୍କୁ ମହାରଣା. ବିରଞ୍ଚି ନାୟକ, ନୀତିଶ କୁମାର ସମେତ ୧୬ ଜଣ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି । ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ୭ ଜଣ ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତଦନ୍ତ ଚାଲିଛି, ଆହୁରି ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ଚାର୍ଜସିଟ୍ରେ ଦର୍ଶାଇଛି ସିବିଆଇ । ଏହି ଏସଆଇ ପରୀକ୍ଷା ସ୍କାମ ସାରା ଓଡ଼ିଶାରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଥିଲା । ଦୁର୍ନୀତି ଏବଂ ହେରଫେର ଅଭିଯୋଗ ଆସିବା ପରେ ହଜାର ହଜାର ଆଶାୟୀ ଅସନ୍ତୋଷ ପ୍ରକାଶ କରିଥିଲେ । ରାଜ୍ୟ ସରକାର ସ୍ୱଚ୍ଛତା ଏବଂ ଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ । ସିବିଆଇ ଏହି ଦୁର୍ନୀତି ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ପ୍ରକାଶ କରିଥିଲା ଏବଂ ନିରପେକ୍ଷତାକୁ କ୍ଷୁର୍ଣ୍ଣ କରୁଥିବା ଆର୍ଥିକ କାରବାରର ପର୍ଦ୍ଦାଫାସ କରିଥିଲା ।










