21.1 C
Bhubaneswar
Monday, December 8, 2025
Homeଓଡିଶାଏସଆଇ ପରୀକ୍ଷା ମହାଘୋଟାଲା: ଆଉ ଜଣେ ଅଟକ

ଏସଆଇ ପରୀକ୍ଷା ମହାଘୋଟାଲା: ଆଉ ଜଣେ ଅଟକ

ଭୁବନେଶ୍ୱର: ଏସଆଇ ପରୀକ୍ଷାରେ ମହାଘୋଟାଲା । ବାଲେଶ୍ୱରରୁ ଆଉ ଜଣଙ୍କୁୁ ଅଟକ ରଖାଯାଇଛି । ଅଟକ ଯୁବକ ଜଣକ ହେଉଛନ୍ତି ବାଲେଶ୍ୱର ସଦର ଥାନା ରଣସାହିର ଚନ୍ଦନ ମଲ୍ଲିକ । ସେଠାରୁ ତାଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ଆଣିଛି । କାଲି ବିଳମ୍ବିତ ରାତିରେ ରୁ ଉଠାଇ ଆଣିଥିବା ସୂଚନା ମିଳିଛି । ଗତକାଲି ଭୁବନେଶ୍ବର ବାରଙ୍ଗ ଥାନା ଅଞ୍ଚଳର ବିଶ୍ବରଞ୍ଜନ ବେହେରାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଗିରଫ ସଂଖ୍ୟା ୧୨୦ରେ ପହଞ୍ଚିଛି। ସେହିପରି କ୍ରାଇମବ୍ରାଞ୍ଚ  ପୋଲସରା ପୋଷ୍ଟ ଅଫିସ ପାଖରେ ରହୁଥିବା ଗୁପ୍ତରଞ୍ଜନ ନାୟକଙ୍କୁ ଅଟକ ରଖି ଜେରା କରୁଛି। ଗୁପ୍ତରଞ୍ଜନ ସ୍ଥାନୀୟ ଷଣ୍ଢ ସାହି-ଶ୍ରୀରାମନଗରଠାରେ ଏକ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟ୍‌ ଚଳାଉଥିଲେ। ସେଠାରେ ପୁଲିସ ଏସ୍‌ଆଇ ପରୀକ୍ଷା ଲାଗି ସେଣ୍ଟର କରାଯାଇଥାନ୍ତା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking