18.1 C
Bhubaneswar
Wednesday, February 4, 2026
Homeଓଡିଶାଏସ୍‌ଆଇ ପରୀକ୍ଷା ଜାଲିଆତି: ୧୧୪ ପରୀକ୍ଷାର୍ଥୀଙ୍କ ସହ ବନ୍ଧା ହେଲେ ୩ ଦଲାଲ

ଏସ୍‌ଆଇ ପରୀକ୍ଷା ଜାଲିଆତି: ୧୧୪ ପରୀକ୍ଷାର୍ଥୀଙ୍କ ସହ ବନ୍ଧା ହେଲେ ୩ ଦଲାଲ

ଭୁବନେଶ୍ୱର: ରାଜ୍ୟରେ ପୋଲିସ ଏସ୍‌ଆଇ ପରୀକ୍ଷା ପୂର୍ବରୁ ବଡ଼ ଜାଲିଆତି ଘଟଣା ସାମ୍ନାକୁ ଆସିଛି। ବୁଧବାର ବ୍ରହ୍ମପୁର ପୋଲିସ ଜିଲା ଗୋଳନ୍ଥରା ଥାନା ପୋଲିସ ପର୍ଦ୍ଦାଫାଶ କରିବା ସହ ପୋଲିସ ୧୧୪ ପରୀକ୍ଷାଥି ଓ ତିନି ଦଲାଲଙ୍କୁ ଗିରଫ କରିଥିବା ନେଇ ପୋଲିସ ସୂଚନା ଦେଇଛି । ଅପରପକ୍ଷେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ଚଳିତ ମାସର ୫ ଓ ୬ ତାରିଖରେ ଓଡ଼ିଶା ପୋଲିସ SIର ଲିଖିତ ପରୀକ୍ଷା ରହିଥିଲା। ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ପ୍ରଶିକ୍ଷଣ ଦେବା ପାଇଁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଏକାଠି ହୋଇ ଆନ୍ଧ୍ରପ୍ରଦେଶ ବିଜୟନଗରର ଏକ ଅଜ୍ଞାତ ସ୍ଥାନକୁ ତିନୋଟି ଏସି ବସ ଯୋଗେ ଯାଉଥିଲେ। ସେହି ସମୟରେ ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍‌ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ l ତିନି ବସକୁ ପିଛା କରି ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରୁ ଏସ୍‌ପି ବିବେକ ଏକ ସ୍ବତନ୍ତ୍ର ପୋଲିସ ଟିମ  ସହ ଅଟକାଇ ଧରିଥିଲେ l ସେମାନଙ୍କୁ ଆମ୍ବପୁଆ ପୋଲିସ ରିଜର୍ଭକୁ  ଆଣି ଅଟକ ରଖି ପଚରାଉଚରା କରିବା ବେଳେ ୮ ଜଣ ମହିଳା,୧୦୬ ଜଣ ଯୁବକ ଓ ତିନ ଜଣ ଦଲାଲ ରହିଥିଲେ l ପ୍ରଥମେ ୧୦ ଲକ୍ଷ ଟଙ୍କା  ସେମାନେ ଦେଇଥିଲେ। ଚାକିରୀ ପାଇବା ପରେ ୧୫ ଲକ୍ଷ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ୨୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡ଼ିଲ ହୋଇଥିବା ନେଇ ଜଣାପଡିଛି l ସମ୍ଭବ୍ୟ ପ୍ରଶ୍ନପତ୍ର  ଦେଇ୩ ଦିନ ପ୍ରଶିକ୍ଷଣ ହେବା ପରେ ଆଶାୟୀମାନେ ପୁଣି ଭୁବନେଶ୍ୱର ଆସି ପରୀକ୍ଷା ଦେଇଥାନ୍ତେ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking