19.1 C
Bhubaneswar
Friday, December 19, 2025
Homeଅପରାଧମହିଳା ପୁଲିସକର୍ମୀଙ୍କୁ ଦୁଷ୍କର୍ମ କଲେ ଏସ୍‌ଆଇ

ମହିଳା ପୁଲିସକର୍ମୀଙ୍କୁ ଦୁଷ୍କର୍ମ କଲେ ଏସ୍‌ଆଇ

ତେଲେଙ୍ଗାନା : ତେଲେଙ୍ଗାନାରେ ଘଟିଛି ଲଜ୍ଜାଜନକ ଘଟଣା। ବନ୍ଧୁକ ଦେଖାଇ ମହିଳା ପୁଲିସକର୍ମୀଙ୍କୁ ଦୁଷ୍କର୍ମ କଲେ ପୁଲିସ ସବ ଇନସ୍ପପେକ୍ଟର। ମାମଲା ରୁଜୁ ହେବା ପରେ ବନ୍ଧା ହେଲେ ଏସ୍‌ଆଇ। ସୂଚନା ଅନୁଯାୟୀ, ତେଲେଙ୍ଗାନା ପୁଲିସର ସବ୍ ଇନ୍ସପେକ୍ଟର ଭବାନୀ ସେନ୍‌ଙ୍କୁ ବୁଧବାର ଗିରଫ କରାଯାଇଛି। ସେ ବନ୍ଧୁକ ମୁନରେ ଜଣେ ମହିଳା କନଷ୍ଟେବଳଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଏସ୍‌ଆଇ ଜୁନ୍‌ ୧୫ ତାରିଖରେ ଜୟଶଙ୍କର ଭୁପଲପଲ୍ଲି ଜିଲ୍ଲାର ଏକ ଗେଷ୍ଟ ରୁମରେ ଏହି କାଣ୍ଡ ଘଟାଇଥିବା କୁହାଯାଉଛି। କଲସେଭାରାମ ପୁଲିସ ଷ୍ଟେସନରେ କାର୍ଯ୍ୟ କରୁଥିବା ପୀଡିତା କନଷ୍ଟେବଳ ଅଭିଯୋଗ ମୁତାବକ, ଜୁନ୍‌ ୧୫ ତାରିଖରେ ଜଳସେଚନ ପ୍ରକଳ୍ପର ଏକ ଗେଷ୍ଟ ରୁମ୍‌ ଭିତରେ ତାଙ୍କ ସହ ଦୁଷ୍କର୍ମ ହୋଇଛି। ଏସଆଇ ସେନ୍‌ ତାଙ୍କୁ ଦୁଷ୍କର୍ମ କରିବା ପୂର୍ବରୁ ତାଙ୍କ ସର୍ଭିସ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। କେବଳ ଏତିକି ନୁହେଁ ଯଦି ସେ ଏହି ଘଟଣା ବିଷୟରେ କାହାକୁ କିଛି କୁହନ୍ତି ତେବେ ତାଙ୍କୁ ଗୁରୁତର ପରିଣାମର ସମ୍ମୁଖୀନ ହେବାକୁ ପଡିବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ତେବେ ଏନେଇ ପୀଡିତା କନଷ୍ଟେବଳ ଜଣକ ବରିଷ୍ଠ ପୁଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ଏସ୍‌ଆଇଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଉକ୍ତ ଏସ୍‌ଆଇ ଅନ୍ୟ ତିନିଜଣ ମହିଳା ପୁଲିସ୍ କନଷ୍ଟେବଳଙ୍କୁ ଧମକ ଦେବା ସହ ଯୌନ ନିର୍ଯାତନା ଦେଇଥିବା ତଦନ୍ତରୁ ଜଣାପଡିଛି। ଅଭିଯୁକ୍ତ ଏସ୍‌ଆଇଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking