15.1 C
Bhubaneswar
Thursday, January 15, 2026
Homeଓଡିଶାଲାଞ୍ଚନେଇ ଏଏସ୍‌ଆଇ ଗିରଫ

ଲାଞ୍ଚନେଇ ଏଏସ୍‌ଆଇ ଗିରଫ

କଟକ: ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଏଏସ୍‌ଆଇ କୁଡୁ ଭୋଇ ୬ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟଚାଲଣ କରିଛି। ମାସକ ପୂର୍ବେ ଘଟିଥିବା ଏକ ଛୋଟ ଦୁର୍ଘଟଣା ଘଟଣାରେ ବିରମହାରାଜପୁର ପୁଲିସ ଜବତ କରିଥିବା ବାଇକ୍‌କୁ ଫେରାଇବା ଲାଗି ଶ୍ରୀ ଭୋଇ ଗାଡିମାଲିକଙ୍କୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ବାରମ୍ବାର ଗାଡ଼ି ପାଇଁ ଥାନାକୁ ଦୌଡୁଥିବା ମାଲିକ ଜଣକ ନିରାଶ ହୋଇ ଶେଷରେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।

ଏଣୁ ଭିଜିଲାନ୍ସ ଶ୍ରୀ ଭୋଇଙ୍କୁ ଧରିବା ଲାଗି ଜାଲ ବିଛାଇଥିଲା। ଯୋଜନା ମୁତାବକ ଗାଡି ମାଲିକ ଟଙ୍କା ନେଇ ଆଜି ଥାନା ନିକଟରେ ଏଏସ୍‌ଆଇଙ୍କୁ ଡାକିଥିଲେ। ଶ୍ରୀ ଭୋଇ ତାଙ୍କଠାରୁ ୬ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ନିକଟରେ ଲୁଚି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ସେଠାରେ କାବୁ କରି ଲାଞ୍ଚ ଟଙ୍କା ଜବତ କରିଥିଲେ। ରାସୟନିକ ପକ୍ରିୟାରୁ ଶ୍ରୀ ଭୋଇ ଟଙ୍କା ଗ୍ରହଣ କରିଥିବା ନେଇ ସ୍ପଷ୍ଟ ସୂଚନା ମିଳିଥିଲା। ଏଥି ସହିତ ଆୟବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଶ୍ୟୀ ଭୋଇଙ୍କ ସରକାରୀ କ୍ୱାଟର୍ସ ଏବଂ ତାଙ୍କ ଘର ଉପରେ ଭିଜିଲାନ୍ସ ଏକକାଳୀନ ଚଢ଼ଉ କରିଥିôବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking