19.1 C
Bhubaneswar
Monday, February 2, 2026
Homeଓଡିଶାବନ୍ଦ ଡାକରା ସୁପର ଫ୍ଲପ୍‌: ମନ୍ତ୍ରୀ

ବନ୍ଦ ଡାକରା ସୁପର ଫ୍ଲପ୍‌: ମନ୍ତ୍ରୀ

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନର ଓଡିଶା ବନ୍ଦ ଡାକରା ସୁପର ଫ୍ଲପ୍ । ଓଡିଶା ବନ୍ଦ ଡାକରା ସୁପର ଫ୍ଲପ୍ କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହା ସହ ସେ କହିଛନ୍ତି ଯେ କୌଣସି ଜାଗାରେ ବି କୃଷକ ତାଙ୍କ ସହ ବାହାରିଲେ ନାହିଁ । ପ୍ରକୃତ କୃଷକ ଆନ୍ଦୋଳନରେ ନାହାନ୍ତି । ରାଜରାସ୍ତାକୁ ବାହାରି ନାହାନ୍ତି ଚାଷୀ । ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତ, ସେଥିରୁ କ୍ଷାନ୍ତ ରୁହନ୍ତୁ । ସୂଚନାଯୋଗ୍ୟ, ଧାନକିଣା ଅବ୍ୟବସ୍ଥା, ଯାନବାହନ ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ଟାଟା କମ୍ପାନିର ମନମାନି ବିରୋଧରେ ଆଜି ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଆଜି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟିଆ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରହିଛି । ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ, ବାମ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି । ବିଜେଡି ଏହାକୁ ସ୍ୱାଗ କରି ନୈତିକ ସମର୍ଥନ ଜଣାଇଛି

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ୮ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking