17.1 C
Bhubaneswar
Wednesday, February 4, 2026
Homeଖେଳଦିନିକିଆରେ ଶୁବମନ ଅଧିନାୟକ

ଦିନିକିଆରେ ଶୁବମନ ଅଧିନାୟକ

ନୂଆଦିଲ୍ଲୀ: ଟେଷ୍ଟ ପରେ ଦିନିକିଆରେ ଶୁବମନ ଗିଲ୍ ନୂଆ ଅଧିନାୟକ ନିଯୁକ୍ତ ହେଲେ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଶୁବମନ ନେବେ ନେତୃତ୍ୱ । ଶ୍ରେୟସ ଆୟରଙ୍କୁ ଦଳର ଉପ-ଅଧିନାୟକ ନିଯୁକ୍ତ କରାଯାଇଛି। ରୋହିତଙ୍କ ଶର୍ମାଙ୍କ ସ୍ଥାନରେ ଶୁବମନ ନେବେ ନେତୃତ୍ୱ । ୨୦୨୭ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ବିସିସିଆଇର ବଡ ନିଷ୍ପତ୍ତି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦିନିକିଆ ଦଳ ଘୋଷଣା କରିଛି। ଶୁଭମନ ଗିଲଙ୍କୁ ଦଳର ନୂତନ ଅଧିନାୟକ ନିଯୁକ୍ତ କରାଯାଇଛି। ବିରାଟ କୋହଲି ଏବଂ ରୋହିତ ଶର୍ମା ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସହ ଟି ଟ୍ୱେଣ୍ଟି ସିରିଜ ପାଇଁ ମଧ୍ୟ ଟିମ୍ ଇଣ୍ଡିଆ ଘୋଷଣା କରିଛି । ଅଷ୍ଟ୍ରେଲିଆ ବନାମ ଇଣ୍ଡିଆ ଦ୍ୱିପାକ୍ଷିକ ସିରିଜରେ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଦିନିକିଆ ଏବଂ ପାଞ୍ଚଟି ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିବ । ଭାରତୀୟ ଦଳ ଅକ୍ଟୋବର ୧୯ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ ।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ:- ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), ଅକ୍ଷର ପଟେଲ, କେ.ଏଲ୍ ରାହୁଲ (ୱିକେଟ୍ କିପର), ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, ପ୍ରସାଦ କୃଷ୍ଣ, ଧ୍ରୁଭ ଜୁରେଲ (ୱିକେଟ୍ କିପର) ଏବଂ ଯଶସ୍ୱୀ ଜୟସୱାଲ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking