33.1 C
Bhubaneswar
Thursday, September 19, 2024
Homeବଲିଉଡମୃତ୍ୟୁ ଗୁଜବକୁ ନେଇ ମୁହଁ ଖୋଲିଲେ ଶ୍ରେୟସ

ମୃତ୍ୟୁ ଗୁଜବକୁ ନେଇ ମୁହଁ ଖୋଲିଲେ ଶ୍ରେୟସ

ମୁମ୍ବାଇ : ହଠାତ ସୋସିଆଲ ମିଡିଆରେ ଘୁରିବୁଲୁଥିଲା ଶ୍ରେୟସ ତଲପଡେଙ୍କ ମୃତ୍ୟୁ ଖବର । ଏହା ତାଙ୍କ ପ୍ରଶଂସକଙ୍କ ମହଲରେ ଦୁଃଖ ଖେଳାଇଦେଇଥିଲା । ପରବର୍ତ୍ତୀ ସମୟରେ ଜଣା ପଡିଥିଲା, ଏହା ଏକ ଗୁଜବ ବୋଲି । ଏହି ସମ୍ପର୍କରେ ଶ୍ରେୟସ ନିଜେ ସୋସିଆଲ ମିଡ଼ିଆ ଏକ୍ସ ମାଧ୍ୟମ ରେ ମୁଁ ଜୀବିତ ଅଛି ବୋଲି ଜଣାଇଛନ୍ତି । ତେବେ ଏହି ମିଥ୍ୟା ଗୁଜବ ଆଗକୁ ନ ବଢାଇବା ପାଇଁ ଅନୁରୋଧ କରିଥିଲେ । ସେ ଖୁସି , ସ୍ୱାସ୍ଥ୍ୟବାନ ଓ ଜୀବିତ ଅଛନ୍ତି ବୋଲି ଅବଗତ କରାଇଛନ୍ତି । ସୂଚନାଯୋଗ୍ୟ ଗତବର୍ଷ ଡିସେମ୍ବରରେ ଶ୍ରେୟସ ହୃଦଘାତର ଶିକାର ହୋଇଥିଲେ । ଏହି ନେଇ ସୋମବାର ମଧ୍ୟାହ୍ନରେ ତାଙ୍କର ପରଲୋକ ଘଟିଛି ବୋଲି ଗୁଜବ ପ୍ରଚାର ହୋଇଥିଲା । ଏହାକୁ ନେଇ ସେ ମର୍ମାହତ ବୋଲି ନିଜ ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣାଇବା ସହ ନିଜ ଛୋଟ ଝିଅ ଉପରେ ପଡିଥିବା ପ୍ରଭାବକୁ ନେଇ ସେ ଚିନ୍ତିତ ବୋଲି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking