27.1 C
Bhubaneswar
Sunday, March 15, 2026
Homeଓଡିଶାବିଜେଡିର ୨ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ

ବିଜେଡିର ୨ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ଵର:ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟରାଜନୀତି ସରଗରମ ହେବାର ଲାଗିଛି। ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ମତଦାନ କରିବେ ବିଧାୟକଗଣ। ମତଦାନ ପୂର୍ବରୁ ତିନିଦଳ କୁ ଘାରିଛି ଘୋଡା ବେପାର। ଏଥି ମଧ୍ୟରୁ ବିଜେଡିର ୨ ବିଧାୟକଙ୍କୁୁ କାରଣ ଦର୍ଶାଅ ନୋଟିସ। ବିଜେଡି ବିଧାୟକ ଚକ୍ରମଣି କହଁର, ନବ କିଶୋର ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଳିକ। ରିପୋର୍ଟ​‌ରେ ଉଲ୍ଲେଖ କରାଯାଇଛି ଯେ, ଆଜି ରାତି ୯ ଭିତରେ ନବୀନ ନିବାସକୁ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି। ସୂଚନା ଯୋଗ୍ୟ ଦଳୀୟ ହ୍ବିପ୍ ପରେ ବି ୩ ଦିନ ହେଲା ଅନୁପସ୍ଥିତ ରହିଥିଲେ। ଯାହା ଜଣାପଡିଛି ଏମାନେ ଦଳୀୟ ଯୋଗାଯୋଗରେ ନାହାନ୍ତି। ତିନିଦଳ ରାଜ୍ୟସଭା ଆସନ ବିଜୟ ହେବା ପାଇଁ ପୁରାକସରତ ଲଗେଇ ଦେଇଛନ୍ତି। ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସ ମିଳିତ ସମର୍ଥନରେ ଡ. ଦତ୍ତେଶ୍ଵର ହୋତାଙ୍କୁ ପ୍ରାର୍ଥୀ କରିଛି। ସେହିପରି ପୂର୍ବତନ ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ଵାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି ବିଜେପି। ଦିଲୀପ ରାୟ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ପରେ କ୍ରସ ଭୋଟିଂର ସମ୍ଭାବନା ଅଧିକ ବଢିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking