ବ୍ୟୁରୋ : ସୁନା ବ୍ୟବସାୟୀଙ୍କ ହୃଦଘାତରେ ମୃତ୍ୟୁ ପରେ ଆଜି ଜୟପୁର ଚାମ୍ବର୍ସ ଅଫ କମର୍ସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସିଟି ଓ ଜିଏସଟି ଟିମର ଚଢାଉ ପରେ ହୃଦଘାତରେ ଜୟପୁର ସୁନା ବ୍ୟବସାୟୀ ହର ପ୍ରସାଦ ରାଓଙ୍କ ମୃତ୍ୟୁ ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି । ଆଜି ଜୟପୁରର ସ୍କୁଲ , କଲେଜ ସହିତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଔଷଧ ଦୋକାନଗୁଡିକୁ ବାଦ ଦିଆଯାଇଛି । କେବଳ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ବନ୍ଦ କରିବାକୁ ଜୟପୁର ଚାମ୍ବର୍ସ ଅଫ କମର୍ସର ଅଧ୍ୟକ୍ଷ କହିଛନ୍ତି । ଗତ ମଙ୍ଗଳବାର ଧନତେରାସ ରେ ହରପ୍ରସାଦଙ୍କ ଜୁଏଲେରୀ ଦୋକାନରେ ଚଢଉ କରିଥିଲା ସିଟି – ଜିଏସଟି ବିଭାଗ । ସେହି ଦିନଠାରୁ ସେ ଚିନ୍ତାରେ ଥିଲେ । ତାଙ୍କ ଭାଇ ଅଭିଯୋଗ କରିଛନ୍ତି ପୂଜା ପର୍ୱ ଦିନ ଜୁଏଲାରୀ ଦୋକାନରେ ରେଡ ତାଙ୍କୁ ଆଘାତ ଦେଇଥିଲା । ଗତ ଗୁରୁବାର ଦିନ ପି ହର ପ୍ରସାଦ ସକାଳ ୮ଟା ଯାଏଁ ସେ ଉଠି ନଥିଲେ । ନଉଠିବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିବା ବେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଥିଲେ ।