32.1 C
Bhubaneswar
Wednesday, October 16, 2024
Homeଖେଳଶୁଟିଂ ବିଶ୍ୱକପ୍‌: ସୋନମ ମସ୍କାର୍‌ଙ୍କୁ ରୌପ୍ୟ

ଶୁଟିଂ ବିଶ୍ୱକପ୍‌: ସୋନମ ମସ୍କାର୍‌ଙ୍କୁ ରୌପ୍ୟ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍ ବିଶ୍ୱକପ୍ ଫାଇନାଲ୍‌ରେ ଭାରତର ସୋନମ ମସ୍କାର୍ ମହିଳା ୧୦ ମିଟର ଏୟାର ରାଇଫଲ୍ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲ୍‌ରେ ସୋନମ ୨୫୨.୯ ପଏଣ୍ଟ୍ ସ୍କୋର୍ କରିଥିବା ବେଳେ ଅଲିମ୍ପିକ୍ ଚାମ୍ପିଅନ୍ ଚୀନ୍ର ହୁଆଙ୍ଗ୍ ୟୁତିଙ୍ଗ୍ ୨୫୪.୫ର ନୂଆ ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୟୁତିଙ୍ଗ୍ ବାକୁରେ ଆୟୋଜିତ ୨୦୨୩ ଆଇଏସ୍‌ଏସ୍‌ଏଫ୍ ବିଶ୍ୱକପ୍‌ରେ ୨୫୪ ସ୍କୋର୍‌ର ବିଶ୍ୱ ରେକର୍ଡ ସ୍ଥାପନ କରିଥିବା ନିଜ ଦେଶର ହାନ୍ ଜିଆୟୁଙ୍କୁ ଅତିକ୍ରମ କରିଛନ୍ତି । ଫ୍ରାନ୍ସର ଓସିଆନେ ମୁଲର୍ (୨୩୧.୧)ଙ୍କୁ ବ୍ରୋଞ୍ଜ୍ ପଦକ ମିଳିଛି । ଅନ୍ୟତମ ଭାରତୀୟ ତିଳୋତ୍ତମା ସେନ୍ ୬ଷ୍ଠ ସ୍ଥାନରେ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking