15.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଓମାନ ଉପକୂଳରେ ବୁଡିଲା ଜାହାଜ; ୧୩ ଭାରତୀୟଙ୍କ ସମେତ ୧୬ ନିଖୋଜ

ଓମାନ ଉପକୂଳରେ ବୁଡିଲା ଜାହାଜ; ୧୩ ଭାରତୀୟଙ୍କ ସମେତ ୧୬ ନିଖୋଜ

ଇସ୍‌ଲାମ୍‌ବାଦ୍‌: ଓମାନ ଉପକୂଳରେ ଏକ ଜୈଳ ଭର୍ତ୍ତି ଜାହାଜ ବୁଡି ଯାଇଛି । ଏଥିରେ ୧୩ ଭାରତୀୟଙ୍କ ସମେତ ନାବିକ ଓ ଅନ୍ୟ କ୍ର‌୍ୟୁ ସଦସ୍ୟଙ୍କୁ ମିଶାଇ ମୋଟ ୧୬ଜଣ କର୍ମଚାରୀ ଥିଲେ । ସମସ୍ତେ ନିଖୋଜ ହୋଇଯାଇଛନ୍ତି । ଓମାନ ପକୂଳରୁ ୨୫ ନଟିକାଲ ମାଇଲସ ଦୂରରେ ଗତକାଲି ଏହି ଅଘଟଣ ଘଟିଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ବୁଡିଯାଇଥିବା ଜାହାଜ ଓ ସେଥିରେ ଥିବା ନାବିକଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଏଥିରେ ଏକାଧିକ ଦେଶର ନୌସେନା ନିୟୋଜିତ ହୋଇଛନ୍ତି । ଏହି ଜାହାଜଟି ପୂର୍ବ-ଆଫ୍ରିକୀୟ ଦେଶ କୋମରସର ଥିଲା । ଏହା ଓମାନ ବନ୍ଦରରୁ ବାହାରି ୟେମାନ ଅଭିମୁଖେ ଯାତ୍ରା କରିଥିଲା । ଆରବ ସାଗରରେ ଓମାନ ଉପକୂଳରୁ ପ୍ରାୟ ୨୫ ସାମୁଦ୍ରିକ ମାଇଲ ଦୂରରେ ଥିବା ଏହି ଜାହାଜ ସହ କୌଣସି ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା ।

ପରେ ଜାହାଜଟି ବୁଡି ଯାଇଥିବା ପ୍ରାଥମିକ ଭାବେ ଜଣାପଡିଛି । ଏବେ ୧୬ ନାବିକ ନିଖୋଜ ହେବା ସହ ପରିବେଶ ପ୍ରଦୂଷଣ ଚିନ୍ତା ମଧ୍ୟ ବଢିଛି । ଉକ୍ତ ଜାହାଜଟି ଏକ ତୈଳ ଟ୍ୟାଙ୍କର ହୋଇଥିବା କାରଣରୁ ଏଥିରେ ଭାରି ମାତ୍ରାରେ ତୈଳ ଗଚ୍ଛିତ ରହିଥିଲା । ଯାହା ଲିକ ହେବାର ଆଶଙ୍କା ଯଥେଷ୍ଟ ଆଶଙ୍କା ରହିଛି । ଓମାନର ସାମୁଦ୍ରିକ ସୁରକ୍ଷା ବାହିନୀ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ତୈଳ ଟ୍ୟାଙ୍କରଟି ପାଣିରେ ବୁଡିଯାଇଛି । ତେବେ ତେଲ ଲିକ ହୋଇଛି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ । ଜାହାଜକୁ ଠାବ କରାଯିବା ପରେ ଏଥିରୁ ତେଲ ଲିକ୍ ହେବା ସମ୍ପର୍କରେ ଜଣାପଡିବ ।

ସୂଚନା ଅନୁସାରେ, ଓମାନର ଦକ୍ଷିଣ-ପଶ୍ଚିମ ଉପକୂଳରେ ଥିବା ଡୁକମ ପୋର୍ଟରୁ ଏହା ଯାତ୍ରା ଆରମ୍ଭ କରିଥିଲା । ଏହି ଅଏଲ ଭେସେଲକୁ ୨୦୦୭ ରେ ନିର୍ମାଣ କରାଯାଇଥିଲା । ଏହାର ଲମ୍ବ ୧୧୭ ମିଟର ହୋଇଥିବା ନେଇ ଜଣାପଡିଛି । ଚଳିତବର୍ଷ ପ୍ରାରମ୍ଭରେ ଆରବ ସାଗରରେ ଓମାନ ଓ ୟେମାନ ଉପକୂଳରେ ଜାହାଜ ଆକ୍ରମଣ ଘଟଣା ସାମ୍ନାକୁ ଆସିଥିଲା । ୟେମେନର ‘ହୁତି’ ଆତଙ୍କବାଦୀ ସଂଗଠନ ଏକାଧିକ ଦେଶର ଜାହାଜ ଆକ୍ରମଣ କରିଥିଲେ । ଏକ ଇସ୍ରାଏଲୀ ଜାହାଜକୁ ହୁତି ଆତଙ୍କୀ ଗୋଷ୍ଠୀ ଅପହରଣ ମଧ୍ୟ କରିଥିଲା । ଏହାକୁ ଇରାନ ନିର୍ଦ୍ଦେଶରେ କରାଯାଇଥିବା ଜଣାପଡିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking