14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ପଦ ହରାଇପାରନ୍ତି ସିନାୱାତ୍ରା

ପ୍ରଧାନମନ୍ତ୍ରୀ ପଦ ହରାଇପାରନ୍ତି ସିନାୱାତ୍ରା

ବ୍ୟାଙ୍କକକ୍‌: ଥାଇଲାଣ୍ଡରେ ଏବେ ପୁଣିଥରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପେଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କ ଏକ ୧୭ ମିନିଟ୍ ଅବଧିର ଗୁପ୍ତ ଫୋନ୍ କଲ୍ ଡିଟେଲ୍ସ ଲିକ୍ ହେବା ପରେ ଏବେ ତାଙ୍କ ନିଜ ପଦ ସହ ସରକାରଙ୍କ ସ୍ଥାୟିତ୍ୱ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ସିନାୱାତ୍ରାଙ୍କ ଏହି ଲିକ୍ ଫୋନ୍ କଲ୍ କମ୍ବୋଡିଆର ସିନେଟ୍ ସଭାପତି ହୁନ୍ ସେନ୍ ସହ ସମ୍ପୃକ୍ତ ବୋଲି ସୂଚନା ମିଳିଛି । ଜୁୂନ୍ ୧୫ରେ ଉଭୟ ନେତା ଥାଇଲାଣ୍ଡ-କମ୍ବୋଡିଆ ମଧ୍ୟରେ ଥିବା ସୀମା ବିବାଦ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ତେବେ ଏହି ଫୋନ୍ କଲ୍ ଯୋଗୁ ଥାଇଲାଣ୍ଡରେ ଏବେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ସ୍ଥିତି ଏପରି ହୋଇଛି ଯେ ତାଙ୍କ ସହଯୋଗୀ ଦଳ ସରକାରରୁ ନିଜକୁ ପୃଥକ୍ କରିନେଇଛି । ଫଳରେ ସିନାୱାତ୍ରାଙ୍କ ସରକାର ବହୁମତ ହରାଇଥିବା ଦାବି କରିଛି ବିରୋଧୀ ଦଳ । କେବଳ ଏତିକି ନୁହେଁ ଥାଇଲାଣ୍ଡର ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ସିନାୱାତ୍ରାଙ୍କ ଇସ୍ତଫା ଦାବି କରିବା ସହ ନୂତନ ନିର୍ବାଚନ କରିବାକୁ ଦାବି ମଧ୍ୟ କରିଛନ୍ତି । ଅନ୍ୟପକ୍ଷେ ଫୋନ୍ କଲ୍ ଡିଟେଲ୍ସ ଲିକ୍ ହେବା ପରେ ପ୍ରଧାନମନ୍ତ୍ରୀ ଏଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । କିନ୍ତୁ ଏହା ସତ୍ତ୍ୱେ ବିବାଦ ଘନେଇବାରେ ଲାଗିଛି ।

ବିବାଦର ମୂଳ କାରଣ ହେଉଛି, ମେ ୨୮ ତାରିଖରେ ‘ଏମରାଲ୍ଡ ଟ୍ରାଙ୍ଗେଲରେ ଘଟିଥିବା ଏକ ସାମରିକ ସଂଘର୍ଷ । ଯେଉଁଠାରେ ଥାଇଲାଣ୍ଡ, କମ୍ବୋଡିଆ ଏବଂ ଲାଓସର ସୀମା ମିଶିଛି । ଏହାକୁ ନୋ ମ୍ୟାନ୍‌ସ ଲ୍ୟାଣ୍ଡ ଭାବରେ ବିବେଚନା କରାଯାଉଥିବା ବେଳେ ଏଠାରେ ସଂଘର୍ଷରେ ଜଣେ କମ୍ବୋଡିଆ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଏହି ସଂଘର୍ଷ ପରେ ଉଭୟ ଦେଶରେ ଜାତୀୟତାବାଦୀ ଭାବନା ବୃଦ୍ଧି ପାଇଥିଲା । ଥାଇଲାଣ୍ଡ କମ୍ବୋଡିଆ ଉପରେ ଡ୍ରୋନ ଉଡାଇବା ସହ ସାମରିକ ଉତ୍ତେଜନାର ଅଭିଯୋଗ ଆଣିଥିଲା । ପ୍ରକାଶ, କମ୍ବୋଡିଆଙ୍କ ପ୍ରତି ନରମ ମନୋଭାବ ପୋଷଣ କରୁଥିବାର ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ନାଁରେ ପୂର୍ବରୁ ଅଭିଯୋଗ ହୋଇଛି । ଏହି କାରଣରୁ ସେ ଦକ୍ଷିଣପନ୍ଥୀ ଜାତୀୟତାବାଦୀଙ୍କ ଟାର୍ଗେଟରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking