ଭୁବନେଶ୍ୱର: ଚଳିତ ମାସରେ ପୁନର୍ଗଠନ ହେବ ସ୍ୱୟଂ ସହାୟକ ଗୋଷ୍ଠୀ । ଜିପିଏଲଏଫ, ଓ ସିପିଏଲ, ବିଏଲଏଫଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପୂର୍ୱ ସରକାରରେ ବହୁ ମହିଳା ଏସଏଚଜିରୁ ବଞ୍ଚିତ ଅଛନ୍ତି । ଏବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସବୁ ଘରକୁ ଯୋଡିବାକୁ ଆରମ୍ଭ କରିଛନ୍ତି । ପୂର୍ୱରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ ସହ ଯୋଡିଥିଲେ । ଏବେ ସମସ୍ତଙ୍କୁ ଜିପିଏଲ ନିର୍ୱାଚନରେ ଭାଗ ନେବାକୁ ସୁଯୋଗ ମିଳିବ । ପୂର୍ୱରୁ ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି ବାହାର କରି ନୂଆ ହେବ । ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି କରିବାକୁ ଚେଷ୍ଟା ହେବ କହିଛନ୍ତି ପ୍ରଭାତୀ ପରିଡା ।