26.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଶେଖ ହସିନାଙ୍କ ବଡ଼ ଖୁଲାସା: ସରକାର ଭାଙ୍ଗିବା ପଛରେ ଆମେରିକାକୁ କଲେ ଦାୟୀ

ଶେଖ ହସିନାଙ୍କ ବଡ଼ ଖୁଲାସା: ସରକାର ଭାଙ୍ଗିବା ପଛରେ ଆମେରିକାକୁ କଲେ ଦାୟୀ

ବ୍ୟୁରୋ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ସରକାରର ପତନ ପଛରେ ଆମେରିକାର ହାତ ଥିବା ଦାବି କରିଛନ୍ତି। ହସିନା ଅଭିଯୋଗ କରିଛନ୍ତି କି, ଆମେରିକାକୁ ସେଣ୍ଟ ମାର୍ଟିନ୍ ଦ୍ୱୀପ ହସ୍ତାନ୍ତର ନକରିବା କାରଣରୁ ଆମେରିକା ଷଡଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିଦେଇଛି । ଏହି ଦ୍ୱୀପ ପଶ୍ଚିମବଙ୍ଗ ନିକଟବର୍ତ୍ତୀ ଓ ଏହି ଦ୍ୱୀପକୁ ଆମେରିକା ଦଖଲ କରି ଭାରତରେ ତାର ପ୍ରଭୁତ୍ୱ ଜାହିର କରିବାକୁ ଚାହୁଁଥିବା କଥା ହସିନା କହିଛନ୍ତି । ଏହାସହ ଶେଖ ହସିନା ବାଂଲାଦେଶୀ ନାଗରିକମାନଙ୍କୁ କଠୋରପନ୍ଥୀଙ୍କ କଥାରେ ଭାସି ନଯାଇ ଦେଶରେ ଶାନ୍ତି ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ।

ରିପୋର୍ଟ ମୁତାବକ ନିଜ ନକଟତମ ବନ୍ଧୁଙ୍କ ସହ ପଠାଇଥିବା ଏକ ଚିଠିରେ ହସିନା କହିଛନ୍ତି କି, ମୁଁ ଏହି କାରଣରୁ ଇସ୍ତଫା ଦେଲି କି ମୁଁ ଦେଶରେ ଶବ ଶୋଭାଯାତ୍ରା ଦେଖିବାକୁ ଚାହୁଁନଥିଲି । ସୂଚନା ଥାଉକି ବାଂଲାଦେଶରେ ସଂରକ୍ଷଣକୁ ବିରୋଧ କରି କିଛିବର୍ଷ ହେବ ହସିନା ସରକାରଙ୍କ ବିରୋଧରେ ଛାତ୍ରମାନେ ଆନ୍ଦୋଳନ ଜାରି ରଖିଥିଲେ । ହେଲେ ହସିନା ସରକାର ଛାତ୍ରମାନଙ୍କର ଦାବିକୁ ଅଣଦେଖା କରିଚାଲିଥିଲେ । ବାଶ୍ ଧିରେ ଧିରେ ଛାତ୍ର ଆନ୍ଦୋଳନ ଉଗ୍ରରୂପ ନେଲା । ଏହାସହ ହସିନା ସରକାର ପତନ ପାଇଁ ଦେଶରେ ଥିବା କଠୋରପନ୍ଥୀମାନେ ମଧ୍ୟ ଛାତ୍ରମାନଙ୍କୁ ହିଂସାତ୍ମକ ଆନ୍ଦୋଳନ ପାଇଁ ଉସକାଇଥିଲେ । ଏସବୁ ଭିତରେ ଛାତ୍ରମାନେ ହସିନାଙ୍କ ବାସଭବନ ଦଖଲ କରିବା ସହ ତାଙ୍କୁ ଦେଶାନ୍ତର ହେବାକୁ ବାଧ୍ୟ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking