28.1 C
Bhubaneswar
Monday, June 9, 2025
Homeଦେଶ ବିଦେଶପୁଣିଥରେ ମାନିଲେ ଶେହବାଜ୍‌: ପାକିସ୍ତାନ ଆକ୍ରମଣ କରିବା ପୂର୍ବରୁ ହୋଇଥିଲା ‘ଅପରେସନ୍ ସିନ୍ଦୂର’ ବ୍ରହ୍ମୋସ ବର୍ଷା...

ପୁଣିଥରେ ମାନିଲେ ଶେହବାଜ୍‌: ପାକିସ୍ତାନ ଆକ୍ରମଣ କରିବା ପୂର୍ବରୁ ହୋଇଥିଲା ‘ଅପରେସନ୍ ସିନ୍ଦୂର’ ବ୍ରହ୍ମୋସ ବର୍ଷା କରିଥିଲା ଭାରତୀୟ ସେନା

ଆଜରବୈଜାନ୍‌: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ପୁଣିଥରେ ଭାରତୀୟ ସେନାର ଅପରେସନ୍ ସିନ୍ଦୂର’ର ପ୍ରଚଣ୍ଡତା ତଥା ଭୟାବହତାକୁ ସ୍ୱୀକାର କରିଛନ୍ତି । ଶେହବାଜ୍ କହିଛନ୍ତି, ପାକିସ୍ତାନ ସେନା ମେ ୧୦ ତାରିଖ ଭୋର ୪.୩୦ଟାରେ ନମାଜ ପାଠ ଶେଷ ପରେ ପରେ ଭାରତୀୟ ସୀମାରେଖାରେ ଆକ୍ରମଣ କରିବାକୁ ଯୋଜନା କରିଥିଲା । କିନ୍ତୁ ଭାରତ ଏହାପୂର୍ବରୁ ଅର୍ଥାତ୍ ମେ ୯-୧୦ ରାତିରେ ହିଁ ପାକିସ୍ତାନର ବିଭିନ୍ନ ବାୟୁସେନା ଘାଟି ସମେତ କେତେକ ଅଞ୍ଚଳରେ ଭୟଙ୍କର ଆକ୍ରମଣ କରିଥିଲା । ଭାରତୀ ସେନା ଡ୍ରୋନ୍ ଏବଂ ବ୍ରହ୍ମୋସ ମିସାଇଲ୍‌ର ବର୍ଷା କରିଥିଲେ ଯେଉଁଥିରେ ପାକିସ୍ତାନର ରାୱଲ୍‌ପିଣ୍ଡି ଏବଂ ଅନ୍ୟାନ୍ୟ ବାୟୁସେନା ଘାଟିଗୁଡ଼ିକ ବେଶ୍ କ୍ଷତିଗ୍ରସ୍ତ ହୋଇଛନ୍ତି ।

ଭାରତର ଏପ୍ରକାର ଆଗୁଆ ଆକ୍ରମଣକୁ ନେଇ ପାକିସ୍ତାନ ପାଖରେ କୌଣସି ଗୁଇନ୍ଦା ସୂଚନା ମଧ୍ୟ ନଥିଲା । ଶେହବାଜ ଶରିଫ୍ ସମ୍ପ୍ରତି ଆଜରବୈଜାନ୍ ଗସ୍ତ କରିଥିବା ବେଳେ ଏଠାରେ ଏକ କାର୍ଯ୍ୟକ୍ରମରେ ନିଜ ସେନାକୁ ପ୍ରଶଂସା କରିବାକୁ ଯାଇ ଭାରତର ଆକ୍ରମଣ ସମ୍ପର୍କରେ କହିଛନ୍ତି । ତେବେ ତାଙ୍କ କଥାରୁ ପାକିସ୍ତାନ ସେନା ଉପରେ ଭାରତୀୟ ସେନାର ପ୍ରଚଣ୍ଡତା ସ୍ପଷ୍ଟ ହୋଇଛି । ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ଶେହବାଜ୍ ଭାରତୀୟ ସେନାର ଆକ୍ରମଣରେ ସେମାନଙ୍କର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କହିଛନ୍ତି । ଏହାପୂର୍ବରୁ ସେ ଭାରତୀୟ ସେନାର ମିସାଇଲ୍ ଆକ୍ରମଣରେ ନୁର ଖାନ୍ ଏୟାରବେସ୍ କ୍ଷତିଗ୍ରସ୍ତ ହୋଇଥିବା ସ୍ୱୀକାର କରିଥିଲେ । ପ୍ରକାଶ, ପଶ୍ଚିମ ସୀମାରେ ଥିବା ନାଗରିକ ଅଞ୍ଚଳ ଉପରେ ପାକିସ୍ତାନର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ଜବାବରେ ଭାରତ ରାୱଲପିଣ୍ଡିରେ ନୁର ଖାନ ବାୟୁସେନା ସମେତ ୧୧ଟି ପାକିସ୍ତାନୀ ସାମରିକ ସ୍ଥାନକୁ ଟାର୍ଗେଟ କରିଥିଲା । ଅନ୍ୟ ଲକ୍ଷ୍ୟସ୍ଥଳୀ ଘାଟିଗୁଡ଼ିକ ମଧ୍ୟରେ ରଫିକି, ମୁରିଦ, ରହିମ ୟାର ଖାନ, ସୁକୁର, ଚୁନିଆନ, ସ୍କାର୍ଦୁ, ଭୋଲାରି, ଜାକୋବାବାଦ ଏବଂ ସରଗୋଧା ଅନ୍ତର୍ଭୁକ୍ତ, ଯାହା ଯଥେଷ୍ଟ କ୍ଷତି ସହିବାକୁ ବାଧ୍ୟହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking