ଭୁବନେଶ୍ୱର: କଳା ତାଲିକାଭୁକ୍ତ ହେବେ ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲ। ଏନେଇ ସୂଚନା ଦେଲେ ସଂସ୍କୃତି ବିଭାଗ ସ୍ବତନ୍ତ୍ର ସଚିବ ଦେବ ପ୍ରସାଦ ଦାସ। ସୂଚନା ଦେଇ କହିଛନ୍ତି ଯେ ଯେପରି ଆଉ କୌଣସି କଲେଜରେ ପଢ଼ାଇ ନ ପାରିବେ ବ୍ୟବସ୍ଥା ହେବ। ପୋଲିସ ଅଧ୍ୟାପକଙ୍କୁ ହେପାଜତକୁ ନେଇଥିବାରୁ ପଚରାଉଚରା ହୋଇନି। ପିଲାଙ୍କୁ ଅଭିଯୋଗ ନେଇ ପଚରାଉଚରା ହୋଇଛି, ବିଭାଗକୁ ରିପୋର୍ଟ ଦେବୁ।










