ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ । ୧୯୯୬ ବ୍ୟାଚର ଆଇଏଏସ ଅଫିସର ଶାଶ୍ୱତ ମିଶ୍ରଙ୍କ ନୂଆ ଦାୟିତ୍ୱ । ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡକୋ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱରେ ରହିବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିକୁଞ୍ଜ ବିହାରୀ କେନ୍ଦ୍ରକୁ ଯିବା ପରେ ପଦବୀ ଖାଲି ଥିଲା ।










