24.9 C
Bhubaneswar
Tuesday, April 7, 2026
Homeଦେଶ ବିଦେଶଶଶି ଥରୁର ୟୁଡିଏଫ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ!

ଶଶି ଥରୁର ୟୁଡିଏଫ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ!

ନୂଆଦିଲ୍ଲୀ: ଆସନ୍ତା ବର୍ଷ କେରଳରେ ବିଧାନସଭା ନିର୍ବାଚନ ହେବ । କଂଗ୍ରେସ, ୟୁଡିଏଫ୍ ନେତା ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ପରାସ୍ତ କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତି କରୁଛି । ଏଭଳି ଏକ ସମୟରେ କଂଗ୍ରେସ ଏଠାରେ ନିଜ ମୁଖ୍ୟମନ୍ତ୍ରୀ ଚେହେରା କାହାକୁ କରିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ସ୍ୱାଧୀନ ଏଜେନ୍ସି ଭୋଟ୍ ଭାଇବ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କୁ ୟୁଡିଏଫ୍ ଏଥର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ । ୟୁଡିଏଫ୍ ଏନେଇ ଶଶି ଥରୁରଙ୍କ ସହ ଆଲୋଚନା କରୁଥିବା ଏବଂ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗୁଆ ପ୍ରାର୍ଥୀ ଭାବରେ ତାଙ୍କୁ ଉପସ୍ଥାପନ କରିବାକୁ ଯୋଜନା କରୁଥିବା ଏହି ରିପୋର୍ଟରୁ ଜାଣିବାକୁ ମିଳିଛି । ବର୍ଣ୍ଣନା କରାଯାଇଛି । ଏହି ତଥ୍ୟ ଅନୁଯାୟୀ, ୨୦୨୬ ବିଧାନସଭା ନିର୍ବାଚନ ପାଇଁ ପ୍ରାୟ ୨୮.୩% ଲୋକ ଥରୁରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରିଛନ୍ତି । ନିଜେ ଶଶି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ’ରେ ଭୋଟ୍ ଭାଇବ୍ ଦ୍ୱାରା ଦିଆଯାଇଥିବା ସର୍ଭେ ରିପୋର୍ଟକୁ ଶେୟାର କରିଛନ୍ତି, ଯେଉଁଥିରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କେସି ଭେଣୁଗୋପାଳ ଏବଂ ବିରୋଧୀ ଦଳ ନେତା ଭିଡି ସତୀଶନଙ୍କ ସମେତ ଦଳର ପ୍ରମୁଖ ନେତାମାନଙ୍କୁ ଟ୍ୟାଗ୍ କରିଛନ୍ତି ।

ତେବେ ଯଦିଓ କେରଳରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ, ନବନିଯୁକ୍ତ କେପିସିସି ସଭାପତି ସନି ଯୋସେଫ କହିଛନ୍ତି, ‘କଂଗ୍ରେସ ନିର୍ବାଚନ ପୂର୍ବରୁ କେବେବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରେ ନାହିଁ । ନିର୍ବାଚନ ଫଳାଫଳ ପରେ ଏହା ନିଷ୍ପତ୍ତି ନିଆଯିବ । ଅନ୍ୟପକ୍ଷେ ଏହି ସାମ୍ପ୍ରତିକ ସର୍ଭେ ଦର୍ଶାଉଛି ଯେ ୟୁଡିଏଫ୍ ମେଣ୍ଟରେ ଗୋଷ୍ଠୀବାଦ ଯୁଗରେ ଶଶି ଥରୁର କେରଳ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ସଫଳ ପ୍ରାର୍ଥୀ ଭାବରେ ଉଭା ହୋଇଛନ୍ତି । ପ୍ରକାଶ, ଏହି ସର୍ଭେ ଏପରି ସମୟରେ ପ୍ରକାଶ ପାଇଛି ଯେତେବେଳେ ଥରୁର ଏବଂ ଦଳ ମଧ୍ୟରେ ମତଭେଦ ରହିଛି ଏବଂ ସେ କେନ୍ଦ୍ର ସରକାରଙ୍କ କିଛି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ପ୍ରକୃତରେ, ପ୍ରଥମ ଥର ପାଇଁ ଏହି ମତଭେଦ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଶଶି ଥରୁର କେରଳରେ ସରକାରଙ୍କ ନୂତନ ଶିଳ୍ପ ନୀତିକୁ ପ୍ରଶଂସା କରିଥିଲେ । ଏହା ଉପରେ କେରଳର କିଛି କଂଗ୍ରେସ ସହଯୋଗୀ ତାଙ୍କୁ ସମାଲୋଚନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking