35.1 C
Bhubaneswar
Sunday, April 5, 2026
Homeଅପରାଧରାଜଧାନୀରେ ଲଜ୍ଜା ; ନାବାଳିକାନଙ୍କୁ ଦୁଷ୍କର୍ମ

ରାଜଧାନୀରେ ଲଜ୍ଜା ; ନାବାଳିକାନଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର : ରାଜଧାନୀରେ ଲଜ୍ଜା। ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ପୀଡିତା କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅଭିଯୁକ୍ତ ଫେରାର ଅଛି। ସୂଚନା ଅନୁସାରେ, ସୁନ୍ଦରପଦା ଅଞ୍ଚଳରେ ବାପା ମାଆଙ୍କ ସହ ଭଡା ଘରେ ରହୁଥିବା ଜଣେ ନାବାଳିକା। ସେ ସବୁବେଳେ ନିଜର ଘର ପାଖ ପଡିଶା ଘରକୁ ଖେଳିବାକୁ ଯାଉଥିଲେ। ଆଉ ସେହି ସମୟର ସୁଯୋଗ ନେଇ ନାବାଳିକାଙ୍କୁ ତାଙ୍କ ପଡିଶା ଘରର ଜଣେ ବ୍ୟକ୍ତି ଦୁଷ୍କର୍ମ କରିଛନ୍ତି। ତେବେ ନାବାଳିକାଙ୍କୁ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତେବେ ଏ ସମସ୍ତ ଘଟଣାକୁ ନେଇ ଏୟାରଫିଲ୍ଡ ଥାନାରେ ପିଡୀତଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ତେଣୁ ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଅଭିଯୁକ୍ତର ସାଙ୍ଗକୁ ଗିରଫ କରିବା ସହିତ ଅଭିଯୁକ୍ତକୁ ଖୋଜୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking