15.1 C
Bhubaneswar
Thursday, January 15, 2026
Homeଓଡିଶାହିନ୍ଦୋଳରେ ଲଜ୍ଜା: ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ

ହିନ୍ଦୋଳରେ ଲଜ୍ଜା: ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ

ଅନୁଗୋଳ: ହିନ୍ଦୋଳ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ବଳାତ୍କାର ହୋଇଥିବା ସନ୍ଦେହ ପ୍ରକାଶ ପାଇଛି। ଦୁର୍ବୃତ୍ତମାନେ ନାବାଳିକାକୁ ବଳାତ୍କାର କରିବା ପରେ ଗାଁଠାରୁ କିଛି ଦୂରରେ ତାଳପତ୍ର ଘୋଡାଇ ସଂଜ୍ଞାହୀନ ଅବସ୍ଥାରେ ଛାଡି ଦେଇଥିଲେ। ପରିବାର ଲୋକେ ଉଦ୍ଧାର କରି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ପୁଲିସରେ ଏତଲା ହୋଇନଥିଲେ ହେଁ ମୌଖିକ ଖବର ପାଇ ହିନ୍ଦୋଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ସୂଚନା ମୁତାବକ ହିନ୍ଦୋଳ ଥାନା ଅନ୍ତର୍ଗତ ସରାସିଙ୍ଗି ଗ୍ରାମରେ ଆଜି ଅପରାହ୍ନରେ ୭ ବର୍ଷ ବୟସର ଜଣେ ନାବାଳିକା ଖେଳୁଥିଲେ।

ସେହି ସମୟରେ ନିକଟରେ ବେଆଇନ ମଦ ବିକ୍ରି ହେଉଥିବା ଏକ ଘରକୁ କିଛି ବାହାର ଅଞ୍ଚଳର ଲୋକ ଆସିଥିଲେ। ପିଲାଟିକୁ କିଛି ସମୟ ପରେ ପରିବାର ଲୋକ ନପାଇ ଖୋଜାଖୋଜିି କରିଥିଲେ। ଶେଷରେ ଗାଁ ପାଖ ଏକ ଗଛ ମୂଳରେ ପିଲାଟିକୁ ତାଳବରଡା ପତ୍ର ଘୋଡା ଅବସ୍ଥା​‌ରେ ଠାବ କରିଥିଲେ ବୋଲି ତାଙ୍କ ଜେଜେମା’ ଗଣମାଧ୍ୟମକୁ କହିଛନ୍ତି। ସେହି ବାହାର ଅଞ୍ଚଳର କେହି ଦୁର୍ବୃତ୍ତ ପିଲାଟିର ଏଭଳି ଅବସ୍ଥା କରିଥାଇପାରନ୍ତି ବୋଲି ଜେଜେମା ସନ୍ଦେହ କରିଛନ୍ତି। ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ପିଲାଟିକୁ ପ୍ରଥମେ ହିନ୍ଦୋଳ ଓ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking