23.1 C
Bhubaneswar
Sunday, December 21, 2025
Homeଅପରାଧଢେଙ୍କାନାଳରେ ଲଜ୍ୟା : ଯୁବତୀଙ୍କୁ ଗଣ ଦୁଷ୍କର୍ମ

ଢେଙ୍କାନାଳରେ ଲଜ୍ୟା : ଯୁବତୀଙ୍କୁ ଗଣ ଦୁଷ୍କର୍ମ

ଢେଙ୍କାନାଳ : ଢେଙ୍କାନାଳରେ ଘଟିଛି ଅଭାବନୀୟ ଘଟଣା । ଜଣେ ୨୨ ବର୍ଷିୟା ଯୁବତୀଙ୍କୁ ମାସାଧିକାଳ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ୭ମାସର ଗର୍ଭବତୀ ପୀଡିତା ମହିଳା। ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଞ୍ଚଳରେ ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟିଛି । ସୂଚନା ଅନୁଯାୟୀ ପୀଡିତା ମହିଳାଙ୍କ ବାପା ଜଣକ ଜଣେ ମାନସିକ ବିକାରଗ୍ରସ୍ତ ଥିଲେ। କିଛି ଦିନ ହେବ ସେ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରରେ ତାଙ୍କ ବାପାଙ୍କ ସହ ରହୁଥିଲେ । ତେବେ ପ୍ରତ୍ୟେକ ଦିନ ରାତ୍ରି ସମୟରେ ପାଞ୍ଚରୁ ଅଧିକ ଯୁବକ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରୁଥିବାର ଅଭିଯୋଗ ହୋଇଛି। ଧମକ ଦେଉଥିଲେ , କାହାକୁ କହିଲେ ଜୀବନରୁ ମାରିଦେବୁ ।ପୀଡିତା ଯୁବତୀଙ୍କୁ ସଖୀ କେନ୍ଦ୍ର ପକ୍ଷରୁ ଉଦ୍ଧାର କରାଯାଇଛି। ଘଟଣାକୁ ନେଇ ଢେଙ୍କାନାଳ ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଢେଙ୍କାନାଳ ଏସ୍‌ପି ମାମଲାର ତଦନ୍ତ ପାଇଁ ଜଣେ ମହିଳା ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରିଛନ୍ତି। ପୀଡ଼ିତାଙ୍କ ବୟାନ ଆଧାରରେ ପୁଲିସ ଗାଁରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏବେ ମଧ୍ୟ ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି କରିଛି। ସେପଟେ ଏହି ଘଟଣାକୁ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking